Advertisment

ଯୌତୁକ ମାଗିବାରୁ ସ୍ୱାମୀଙ୍କୁ ଛାଡ଼ିଦେଲେ ସ୍ତ୍ରୀ!

ଯୌତୁକରେ ବାଇକ୍‌ ଆଣିବା ପାଇଁ ଲିଜାଙ୍କ ଉପରେ ଚାପ ପକା ଯାଇଥିଲା। ଏକଥା ଜାଣିବା ପରେ ଲିଜାଙ୍କ ବାପଘର ଲୋକେ ଏକ ପଲ୍‌ସର ବାଇକ୍ କିଣି ଜ୍ୱାଇଁକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ସୁନା ଚେନ୍‌, ଫ୍ରିଜ୍‌ ଓ ନଗଦ ୫ ଲକ୍ଷ ଟଙ୍କା ଆଣିବା ପାଇଁ କହିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Boudh

Boudh

ବାହାଘର ପରେ ବାରମ୍ୱାର ଯୌତୁକ ମାଗୁଥିଲେ ସ୍ୱାମୀ ଓ ତାଙ୍କ ପରିବାର ଲୋକ। ଏଥିରେ ରାଜି ନହେବାରୁ ମାନସିକ ଯନ୍ତ୍ରଣା ଦେଉଥିଲେ। ତେବେ ଯନ୍ତ୍ରଣା ଅସହ୍ୟ ହେବାରୁ ବିବାହର ୧୫ ମାସ ପରେ ସ୍ୱାମୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଲେ ପତ୍ନୀ! ଏପରି ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଛି। ମଙ୍ଗଳବାର ପୁଲିସ୍‌ ଉପସ୍ଥିତିରେ ସ୍ୱାମୀଙ୍କ ଘରୁ ସମସ୍ତ ଯୌତୁକ ସାମଗ୍ରୀ ନେଇଯାଉଛନ୍ତି ସ୍ତ୍ରୀ।

Advertisment

ଆଜକୁ ୧୫ ମାସ ତଳେ ବାଉଁଶୁଣୀ ଥାନା ତାଳଶରଡା ପଞ୍ଚାୟତ ସିଦ୍ଧପୁର ଗାଁର ରଘୁନାଥ ମେହେର ସୋନପୁର ଜିଲ୍ଲା ସିଆଝୁଲି ଗ୍ରାମର ଲିଜା ମେହେରଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ବାହାଘର ପରେ ବଧୂ ବେଶରେ ଶାଶୁଘରକୁ ଆସିଥିଲେ ଲିଜା। ବେଶ୍‌ ହସ ଖୁସିରେ ବିତୁଥିଲା ଦିନ। ତେବେ ଏହି ଶୁଖର ସଂସାରରେ ଲାଗିଲା କାହାର ନଜର।

ଯୌତୁକରେ ବାଇକ୍‌ ଆଣିବା ପାଇଁ ଲିଜାଙ୍କ ଉପରେ ଚାପ ପକା ଯାଇଥିଲା। ଏକଥା ଜାଣିବା ପରେ ଲିଜାଙ୍କ ବାପଘର ଲୋକେ ଏକ ପଲ୍‌ସର ବାଇକ୍ କିଣି ଜ୍ୱାଇଁକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ସୁନା ଚେନ୍‌, ଫ୍ରିଜ୍‌ ଓ ନଗଦ ୫ ଲକ୍ଷ ଟଙ୍କା ଆଣିବା ପାଇଁ କହିଥିଲେ। ହେଲେ ଏଥିରେ ରାଜି ହେଲେନି ଲିଜା। ତେଣୁ ତାଙ୍କୁ ମାନସିକ ନିର୍ଯାତନା ଦିଆଗଲା। ଦିନେ ତାଙ୍କୁ ବନ୍ଦ କୋଠରୀରେ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଥିଲା।

Advertisment

ଲିଜାଙ୍କ ବାପ ଘର ଲୋକେ ଏ ସମ୍ପର୍କରେ ଜାଣିପାରି ସିଦ୍ଧପୁର ଗାଁରେ ପହଞ୍ଚିଥିଲେ। ଆଉ ଗାଁ ଲୋକଙ୍କ ଉପସ୍ଥିତିରେ ନବ ବିବାହିତା ଲିଜାଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରିଥିଲେ। ତାହା ପରେ ଲିଜାଙ୍କୁ ତାଙ୍କ ପରିବାର ଲୋକେ ନେଇଥିଲେ। ଏନେଇ ସେ ବାଉଁଶୁଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ନ୍ୟାୟ ପାଇଁ ଗୁହାରୀ କରିଥିଲେ। ଏଥିସହ ଯୌତୁକ ବାବଦରେ ଦେଇଥିବା ସମସ୍ତ ଜୀନିଷ ଫେରାଇ ନେବା ପାଇଁ ପୁଲିସ୍‌ର ସହାୟତା ଲୋଡ଼ିଥିଲେ। ମଙ୍ଗଳବାର ପୁଲିସ୍‌ର ଉପସ୍ଥିତିରେ ବିବାହ ସମୟରେ ଦିଆଯାଇଥିବା ସମସ୍ତ ଜୀନିଷ ନେଇଗଲେ ଲିଜା ଓ ତାଙ୍କ ପରିବାର ଲୋକ।

ଲିଜାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କରିଛନ୍ତି ତାଙ୍କ ସ୍ୱାମୀ।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Boudh