Advertisment

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ

୨୦୨୨ ମସିହା ଫେବ୍ରୁଆରୀ ୨୭ ତାରିଖରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ସେରେଣ୍ଡା ଜଗଦା ସାହିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ମଦ ପାଇଁ ଟଙ୍କା ନଦେବାରୁ ଜାମାଇ ମୁଣ୍ଡାଙ୍କୁ ତାଙ୍କ ନିଜ ପିଲାଙ୍କ ସମ୍ମୁଖରେ ଅମାନୁଷିକ ଭାବରେ ହତ୍ୟା କରିଥିଲା ସ୍ଵାମୀ ମଙ୍ଗଲ ମୁଣ୍ଡା।

author-image
Manoranjan Sial
Judgment

Judgment

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ। ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ ମାମଲାର ବିଚାର କରି ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୨ ମସିହାରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ।

Advertisment

୨୦୨୨ ମସିହା ଫେବ୍ରୁଆରୀ ୨୭ ତାରିଖରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ସେରେଣ୍ଡା ଜଗଦା ସାହିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ମଦ ପାଇଁ ଟଙ୍କା ନଦେବାରୁ ଜାମାଇ ମୁଣ୍ଡାଙ୍କୁ ତାଙ୍କ ନିଜ ପିଲାଙ୍କ ସମ୍ମୁଖରେ ଅମାନୁଷିକ ଭାବରେ ହତ୍ୟା କରିଥିଲା ସ୍ଵାମୀ ମଙ୍ଗଲ ମୁଣ୍ଡା। ସ୍କୃ ଡ୍ରାଇଭରରେ ଭୁଷି ଓ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲା ମଙ୍ଗଲ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଅଭିଯୁକ୍ତ ମଙ୍ଗଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ୧୩ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ। ଏଥିସହ ଅଭିଯୁକ୍ତ ମଙ୍ଗଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Crime Kendujhar