ଜେଲ୍‌ରୁ ସ୍ୱାମୀଙ୍କୁ ଧମକ ଦେଉଛି ପତ୍ନୀ, ବାହାରିଲେ ତୋର ମୋର କଥାବାର୍ତ୍ତା

ପୁଅ ଜନ୍ମ ପରେ କମିଳିଙ୍କ ଉତ୍ପାତ ବଢ଼ିଥିଲା। ନାନା ନିର୍ଯାତନା ଦେଉଥିଲେ। ବୋହୂଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅଠାରୁ ବାପା-ମାଆ ଅଲଗା ହୋଇଗଲେ। ତଥାପି କମିଳିଙ୍କ ଉତ୍ପାତ କମିଲାନାହିଁ। ବରଂ ବଢ଼ିବାରେ ଲାଗିଲା।

Kamili PhotoOR

ଜେଲ୍‌ରେ ଥିବା ମହିଳା(ଫାଇଲ ଫଟୋ)

Manoranjan Sial
  • Published: Tuesday, 31 October 2023
  • Updated: 31 October 2023, 06:19 PM IST

ପତ୍ନୀ ନା ନାଗୁଣୀ! ସିନ୍ଦୂର ପୋଛିବା ପାଇଁ ଫିଙ୍ଗିଥିଲା ଗରମ ତେଲ। ପରେ ଧରାପଡ଼ି ଜେଲ୍‌ ଗଲା। ଏବେ ଜେଲ୍‌ରୁ ଅସୁସ୍ଥ ସ୍ୱାମୀଙ୍କୁ କରୁଛି ଫୋନ୍‌। ଆଉ ଦେଖିଛି ଧମକ। କହୁଛି, ତୋ’ ବାପା ସାକ୍ଷୀ ଦେଲେ ଦେଖିନେବି... ଜେଲ୍‌ରୁ ବାହାରିଲେ ତୋର ମୋର କଥାବାର୍ତ୍ତା.....। ଏପରି ଖବର ଆସିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳରୁ।

ସାବରଙ୍ଗ ଥାନା ବେନ୍ତାନ ପଞ୍ଚାୟତ ଭବାନୀବିନ୍ଧା ଗାଁର ପ୍ରଫୁଲ୍ଲ ମାହାନା। ରାଜ୍ୟ ବାହାରେ କାମ କରୁଥିଲେ। ସେ କମିଳି ମାହାନାଙ୍କୁ ବିବାହ କରିଥିଲେ। ବିବାହ ପରେ ରାଜ୍ୟ ବାହାରକୁ କାମ କରିବାକୁ ଗଲେନାହିଁ। ଘରେ ରହି ଚାଷବାସ କରୁଥିଲେ। ହେଲେ କମିଳି ମାହାନା ଜଣେ ଲୋଭି ବୋଲି ଚର୍ଚ୍ଚା ହେଉଛି। ସ୍ୱାମୀଙ୍କ ରୋଜଗାରରେ ସନ୍ତୁଷ୍ଟ ନଥିଲେ। ଯେଉଁଥିପାଇଁ ଅନେକ ସମୟ ପାଟିତୁଣ୍ଡ ହେଉଥିଲା। ପରିବାର ପାଇଁ ସବୁ କିଛି ସହି ଯାଉଥିଲେ ପ୍ରଫୁଲ୍ଲ।

Also Read

ପୁଅ ଜନ୍ମ ପରେ କମିଳିଙ୍କ ଉତ୍ପାତ ବଢ଼ିଥିଲା। ନାନା ନିର୍ଯାତନା ଦେଉଥିଲେ। ବୋହୂଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅଠାରୁ ବାପା-ମାଆ ଅଲଗା ହୋଇଗଲେ। ତଥାପି କମିଳିଙ୍କ ଉତ୍ପାତ କମିଲାନାହିଁ। ବରଂ ବଢ଼ିବାରେ ଲାଗିଲା। ପ୍ରତିକ୍ଷଣ ଭୟଭୀତ ଅବସ୍ଥାରେ ରହୁଥିଲେ। ଜୀବନ ପ୍ରତି ବିପଦ ଥିବାରୁ ସବୁବେଳେ ନିଜ ପୁଅକୁ ପାଖରେ ଶୁଆଉଥିଲେ।

ଗତ ଜୁଲାଇ ୧୪ ତାରିଖ ରାତି ପ୍ରାୟ ସାଢ଼େ ୧୦ଟା ହେବ। ଝିପିଝିପି ବର୍ଷା ହେଉଥିଲା। ପ୍ରାୟତଃ ପୂରା ଗାଁ ଶୋଇ ଯାଇଥିଲା। ପ୍ରଫୁଲ୍ଲଙ୍କ ପୁଅ ସେଦିନ ଘରେ ନଥିଲେ। ଏକାକୀ ପ୍ରଫୁଲ୍ଲ ଘରେ ଶୋଇଥିଲେ। କମିଳି ତେଲ ଗରମ କରି ପ୍ରଫୁଲ୍ଲଙ୍କ ଉପରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ବର୍ଷା ରାତିରେ ଚିତ୍କାର କରୁଥିଲେ ପ୍ରଫୁଲ୍ଲ। ବଞ୍ଚାଅ ବଞ୍ଚାଅ କହୁଥିଲେ। ହେଲେ ଗରମ ତେଲ ପକାଇ ମଜା ଦେଖିଥିଲେ ପତ୍ନୀ କମିଳି!

ପୁଅର ଆକୁଳ ନିବେଦନ ଓ ଯନ୍ତ୍ରଣା ସହିପାରିନଲେ ବୃଦ୍ଧ ବାପା-ମାଆ। ଅଲଗା ରହୁଥିଲେ ମଧ୍ୟ ତା’ ପାଖକୁ ଧାଇଁ ଆସିଥିଲେ। ସାହି ଭାଇଙ୍କୁ ଡାକି ବର୍ଷାରେ ଓଦା ହୋଇ ତାଙ୍କୁ ନେଇ ଭଦ୍ରକ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଗରମ ତେଲ ଫିଙ୍ଗି ଥିଲେ ସୁଦ୍ଧା ସ୍ୱାମୀଙ୍କ ସହିତ ମେଡ଼ିକାଲ୍‌ ଯାଇଥିଲେ କମିଳି। ଲୋକ ଦେଖାଣିଆ ଭାବେ ମେଡ଼ିକାଲ୍‌ରେ ସ୍ୱାମୀଙ୍କ ପାଖେ ପାଖେ ରହିଥିଲେ।

ପ୍ରଫୁଲ୍ଲଙ୍କ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୋହୂ ଗରମ ତେଲ ଫିଙ୍ଗିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି କମିଳିଙ୍କୁ ମେଡ଼ିକାଲ୍‌ରୁ ଗିରଫ କରିଥିଲା। ଏବେ କମିଳି ଭଦ୍ରକ ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛି।

ଅନ୍ୟପକ୍ଷରେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ। ସ୍ୱାମୀ ଘରେ ପହଞ୍ଚିବା ପରେ ଜେଲ୍‌ରୁ କମିଳି ନିୟମିତ ଫୋନ୍‌ କରନ୍ତି। କଥାବାର୍ତ୍ତା ନାଁରେ ତାଙ୍କୁ ଗାଳି ଦିଅନ୍ତି। ଏପରିକି ଧମକଚମକ ଦିଅନ୍ତି। ହେଲେ ନିଜ ଫୋନ୍‌ରେ ରେକଡିଂ ବ୍ୟବସ୍ଥା ନଥିବାରୁ ଚଣ୍ଡିମାର୍କା ପତ୍ନୀଙ୍କ ଧମକପୂର୍ଣ୍ଣ କଲ୍‌କୁ ରେକଡିଂ କରିପାରୁନଥିଲେ। ଦୁଇ ଦିନ ତଳେ ପୁଣି ଥରେ କମିଳି ଫୋନ୍‌ କରିଥିଲେ। ସେ ଜେଲ୍‌ରୁ 06784-250654 ଫୋନ୍‌ କରିଥିଲେ। ଯାହାକୁ ରେକଡିଂ କରିଛନ୍ତି।

କମିଳି- ତୁ ମୋର କେହି ନୁହେଁ କି ମୁଁ ତୋର କେହି ନୁହେଁ। .... ଜାଣିଲୁ...

ପ୍ରଫୁଲ୍ଲ- ମୋର ଜଳାପୋଡ଼ା ହେଉଛି। ତୋତେ କଣ କହିଥାଆନ୍ତି?

କମିଳି-କଣ ଜଳା ପୋଡ଼ା ହେଉଛି?

ପ୍ରଫୁଲ୍ଲ- କଣ ଜଳା ପୋଡ଼ାହେଉଛି, ତୁ ଜାଣିନୁ କି?

କମିଳି- ସତରେ କ’ଣ ଘାଆ ଶୁଖିନାହିଁ?

ପ୍ରଫୁଲ୍ଲ- ଚାଲି ଆସୁନୁ ଦେଖିବୁ?

କମିଳି- ସତ କହ, ଯେଉଁଟା ହୋଇଛି ସତ କହ?

ପ୍ରଫୁଲ୍ଲ- ତୁ ତ ଆସି ପାରିବୁନି। ତୋ ବାବା, ମାଆ ବା ଭାଇକୁ କହ ଆସି ଦେଖିଯିବେ।

କମିଳି- ଏବେ କେତେ ଘାଆ ଅଛି?

ପ୍ରଫୁଲ୍ଲ- ମୁଣ୍ଡ ଓ ଛାତିରେ ଏବେ ମଧ୍ୟ ଘାଆ ରହିଛି?

କମିଳି- ତୁ କ’ଣ କହୁଛୁ ସାକ୍ଷୀ ଦେବା ପାଇଁ?

ପ୍ରଫୁଲ୍ଲ- ସାକ୍ଷୀ?
କମିଳି- ତୋ ବାପା କାହାକୁ ଡାକି କୋର୍ଟ ନେଉଛି। ଏଇଠି ରହି ମୁଁ ସବୁ ଦେଖୁଛି ଓ ଶୁଣୁଛି। ତା’ ନାଁ ମଧ୍ୟ ଜାଣିଛି। ମୁଁ ଏଠୁ ବାହାରିଲା ପରେ କ’ଣ କରିବି ତୁ ଦେଖିବୁ। ତମ ପରିବାର, ବନ୍ଧୁବାନ୍ଧବ ଓ ପୂରା ଗାଁ ଲୋକଙ୍କୁ ଠୁଙ୍କି ଦେବି। ତୁ ଚିହ୍ନିଚୁନା ମୋତେ କିଏ? ମୁଁ ବାହାରିଲେ, ତୋର ମୋର କଥାବାର୍ତ୍ତା।.... ହଉ ରଖୁଛି।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story