Advertisment

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା, ଗିରଫ ହେବେ କି?

ବାରମ୍ବାର ସମନ ସତ୍ତ୍ୱେ ବିଷ୍ଣୁପଦ ସେଠୀ ହାଜର ନହେବାରୁ ଗତ ଫେବୃଆରୀ ମାସରେ ସିବିଆଇର ୮ ଜଣିଆ ଟିମ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ାଉ କରିବା ସହ ଅନେକ କାଗଜପତ୍ର ଯାଞ୍ଚ କରିଥିଲା।

ଅଦ୍ୟତନ ହୋଇଛି
Bishnupada Sethi

Bishnupada Sethi

Advertisment

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆବେଦନ ଖାରଜ ହୋଇଯାଇଛି। ଫଳରେ ‘ଓଡ଼ିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲିମିଟେଡ୍‌’ ଲାଞ୍ଚ ମାମଲାରେ ବିଷ୍ଣୁଙ୍କ ଗିରଫ ଆଶଙ୍କା ବଢ଼ିଛି।

Advertisment

୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ଘରେ ଗତ ଫେବୃଆରୀ ମାସରେ ଚଢ଼ାଉ କରିଥିଲା ସିବିଆଇ। ସିବିଆଇ ଚଢ଼ାଉକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ। ମାମଲାର ପ୍ରାରମ୍ଭିକ ଶୁଣାଣିରେ ବିଷ୍ଣୁପଦ ସେଠୀ, ତାଙ୍କ ପତ୍ନୀ ଏବଂ ଝିଅଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ଆଜି ଏହି ମାମଲାରେ ରାୟ ପ୍ରକାଶ କରି ତାଙ୍କ ଆବେଦନକୁ ଖାରଜ କରିବା ସହ ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇ ଦେଇଛନ୍ତି । ଫଳରେ ତାଙ୍କ ଗିରଫଦାରୀ ଆଶଙ୍କା ବଢ଼ିଯାଇଛି।

ବହୁ ଚର୍ଚ୍ଚିତ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ଲାଞ୍ଚ ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ପକ୍ଷ ରଖିବାକୁ ଗତବର୍ଷ ଡିସେମ୍ବର ମାସରେ ସିବିଆଇ ସମନ ଜାରି କରିଥିଲା। ଏହାସହ ତାଙ୍କ ଡ୍ରାଇଭର ସମେତ ଅନ୍ୟ କେତେଜଣ ଷ୍ଟାଫଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଥିଲା। ବାରମ୍ବାର ସମନ ସତ୍ତ୍ୱେ ବିଷ୍ଣୁପଦ ସେଠୀ ହାଜର ନହେବାରୁ ଗତ ଫେବୃଆରୀ ମାସରେ ସିବିଆଇର ୮ ଜଣିଆ ଟିମ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ାଉ କରିବା ସହ ଅନେକ କାଗଜପତ୍ର ଯାଞ୍ଚ କରିଥିଲା। ତାଙ୍କ ବିରୋଧରେ କୌଣସି ଏତଲା ନଥାଇ ସିବିଆଇର ଏହି ଯାଞ୍ଚ ଏବଂ ଖାନତଲାସୀ ଦ୍ୱାରା ତାଙ୍କର ଏବଂ ପରିବାରର ସମ୍ମାନ ହାନି ହୋଇଥିବା ଦର୍ଶାଇ ଏହି କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ ବିଷ୍ଣୁପଦ ସେଠୀ। 

Advertisment

ଅନ୍ୟପକ୍ଷରେ ଏହି ବିବାଦରେ ଫସିବା ପରେ ୨୦୨୪ ଡିସେମ୍ବର ମାସରେ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଥିଲା। ତାଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି। 

Odisha Highcourt Ias Officer IAS Bishnupada Sethi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe