Advertisment

ଫୁଟବଲ୍ ବେଟିଂ ଆପ୍, ଭାରତରୁ ୧୪୦୦ କୋଟି ଲୁଟିନେଲା ଚୀନ ଲୋକ

ଗୁଜରାଟରେ ଏକ ବଡ଼ ଧରଣର ଠକେଇ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ। ଚାଇନାର ଏହି ରାକେଟ୍ ଲକ୍ଷେ କି ଦୁଇ ଲକ୍ଷ ନୁହଁ ଡିଜିଟାଲ୍ ମାଧ୍ୟମରେ ଚଉଦ ଶହ କୋଟି ଟଙ୍କା ଲୁଟିନେଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Football Betting APP

Football Betting APP

ଦିନକୁ ଦିନ ସାଇବର୍ କ୍ରାଇମ୍, ଅନଲାଇନ୍ ଫ୍ରଡ୍ ବୃଦ୍ଧି ପାଉଛି। ଏହି ମାଧ୍ୟମରେ ସାଧାରଣ ଜନତାଙ୍କୁ ଲୁଟିବାରେ ସଫଳ ହେଉଛନ୍ତି ଲୁଟେରା। ଏହାରି ମଧ୍ୟରେ ଗୁଜରାଟର ଏକ ବଡ଼ ଧରଣର ଠକେଇ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ। ଆଉ ଏହି ରାକେଟ୍ ଚାଇନାର ବୋଲି ଜାଣିବାକୁ ପାଇଛି। ଲକ୍ଷେ କି ଦୁଇ ଲକ୍ଷ ନୁହଁ ଡିଜିଟାଲ୍ ମାଧ୍ୟମରେ ୧୪୦୦ କୋଟି ଟଙ୍କା ଲୁଟିନେଇଛି ଚାଇନାର ଠକେଇ ଆପ୍।

Advertisment

ସୂଚନା ଅନୁସାରେ, ଚାଇନାର ଜଣେ ନାଗରିକ ଗୁଜରାଟର କିଛି ଲୋକଙ୍କୁ ନେଇ ଏକ ଫୁଟବଲ ବେଟିଂ ଆପ୍ ବିକଶିତ କରିଥିଲା। ଏହି ଆପ୍ ମାଧ୍ୟମରେ ନଅ ଦିନରେ ପ୍ରାୟ ୧୪୦୦ କୋଟି ଟଙ୍କା ଲୁଟି ନେଇଛି। ଉତ୍ତର ଗୁଜୁରାଟର ପ୍ରାୟ ୧୨୦୦ ଲୋକ ଏହି ଠକାମିର ଶିକାର ହୋଇଛନ୍ତି। ଠକାମି ପାଇଁ ଏପରି ଚତୁରତାର ସହ ଜାଲ ବିଛା ଯାଇଥିଲା ଯେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଗୁଜରାଟ ପୁଲିସକୁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍(ଏସଆଇଟି) ଗଠନ କରିବାକୁ ପଡିଥିଲା। 

ଏସଆଇଟି ଟିମ୍ ଅନୁସନ୍ଧାନ ପରେ ଜାଣିବାକୁ ପାଇଥିଲା ଯେ, ୨୦୨୦ରୁ ୨୦୨୨ ମଧ୍ୟରେ ଚୀନର ଜଣେ ନାଗରିକ ଭାରତ ଆସିଥିଲା। ସେ ପାଟନ ଓ ବନାସକାଣ୍ଠରେ ରହିଥିଲା। ଏଠାରେ ସେ ସ୍ଥାନୀୟ ବାସିନ୍ଦାଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇଥିଲା, ଆଉ ଲୋକମାନେ ବି ଫସି ଯାଇଥିଲେ। ଏହାପରେ ଗୁଜରାଟରେ କିଛି ସହଯୋଗୀଙ୍କୁ ନେଇ ଆପ୍ ଲଞ୍ଚ୍ କରିଥିଲା। ଏହି ଆପ୍ ଏକ ଫୁଟବଲ୍ ବେଟିଂ ଆପ୍ ଥିଲା, ଯାହାର ନାମ ଥିଲା "ଦାନି ଡାଟା"। ଏହି ଆପ୍ ମାଧ୍ୟମରେ ବେଟ୍ ଲଗାଇଥିଲେ ୟୁଜର୍ସ। 

Advertisment

୧୫ରୁ ୭୫ ବର୍ଷ ବୟସର ଲୋକଙ୍କୁ ପ୍ରତିଦିନ ହାରାହାରି ୨୦୦ କୋଟି ଟଙ୍କା ବେଟ୍ ଲଗାଇଥିଲେ। ଏହି ବେଟିଂ ପାଇଁ ୟୁଜରମାନେ ଟଙ୍କା ନିବେଶ କରିସାରିବେ ପରେ ଆପ୍ ବନ୍ଦ ହୋଇଯାଇଥିଲା। ଫଳରେ ଏହା ଏକ ଠକାମି ସଂସ୍ଥା ବୋଲି ସନ୍ଦେହ କରି ପୁଲିସରେ ଖବର ଦେଇଥିଲେ। ଅଭିଯୋଗ ପରେ ସିଆଇଡି (କ୍ରାଇମ) ସାଇବର ସେଲ ଏହି ମାମଲା ସହ ଜଡିତ ନଅ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ସେଲ କମ୍ପାନୀ ଗଠନ କରି ହାୱାଲା ନେଟୱାର୍କ ମାଧ୍ୟମରେ ବେଟ୍ ଲଗାଇବାର ବାଟ ଦେଖାଇଥିଲେ। ତେବେ, ଅଗଷ୍ଟ ୨୦୨୨ରେ ଗୁଜରାଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳକୁ ମାଷ୍ଟରମାଇଣ୍ଡ ଚୀନ୍ ଫେରାର୍ ହୋଇଯାଇଥିଲା।

ଏହି ମାମଲାରେ ସିଆଇଡି ଏକ ଚାର୍ଜସିଟ୍ ଦାଖଲ କରିଛି। ଚୀନର ଶେନଜେନ୍, ହଂକଂ ଏବଂ ସିଙ୍ଗାପୁରରେ ଏହିପରି ଜାଲିଆତି ଆପର ଏକ ନେଟୱାର୍କ ଚାଲୁଛି ବୋଲି ପୁଲିସ୍ ଜାଣିବାକୁ ପାଇଛି। ତେଣୁ କୌଣସି ଆପ୍ ମାଧ୍ୟମରେ ପୁଞ୍ଜି ନିବେଶ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। 

Cyber Fraud Crime News Betting APP Chinese Betting APP Football Betting APP