/odisha-reporter/media/post_attachments/uploadimage/library/16_9/16_9_0/Deadbody_1696233346.jpg)
Deadbody
୧୦ବର୍ଷ ହେଲା ଗାଁରେ ରହୁ ନଥିଲେ। ଆଜି ସକାଳେ ଗାଁ ସ୍କୁଲ ପରିସରରୁ ମିଳିଲା ମହିଳାଙ୍କ ମୃତଦେହ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗାଁ ବଳଦେବଜୀଉ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ। ମୃତ ମହିଳା ଜଣଙ୍କ ହେଲେ ତୋରାଣିଆପାଳ ଗାଁର ବାସନ୍ତି ଜେନା।
୧୦ବର୍ଷ ହେଲା ବାସନ୍ତି ଗାଁ ଛାଡ଼ି କୁଆଡେ ଚାଲିଯାଇଥିଲେ। ତାଙ୍କର କୌଣସି ପତ୍ତା ନଥିଲା।ଆଜି ସକାଳେ ସ୍କୁଲର ରୋଷେଇଘର ନିକଟରୁ ବାସନ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ମୃତଦେହ ପାଖରେ ଚପଲ ଓ ଛତା ମିଳିଥିଲା
ଗାନ୍ଧି ଜୟନ୍ତୀ ପାଇଁ ଆଜି ସକାଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍କୁଲକୁ ଆସିଥିବା ବେଳେ ମୃତଦେହ ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ। ଗ୍ରମାବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ବାସନ୍ତିଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ବାସନ୍ତିଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
