Advertisment

ମହିଳାଙ୍କୁ ପଥରରେ ଛେଚି ହତ୍ୟା!

ମୃତ ମହିଳାଙ୍କ ଶାଢ଼ିରୁ ସେ ଜଣେ ମିଶନ ଶକ୍ତିର କର୍ମଚାରୀ ବୋଲି ଜଣାପଡିଛି।

ଅଦ୍ୟତନ ହୋଇଛି
undefined

Deadbody

Advertisment

ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ସାତମାଇଲ ଛକ ନିକଟ ଏକ ପଡିଆରେ ଥିବା ଗଛ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଶାଢ଼ୀରୁ ସେ ଜଣେ ମିଶନ ଶକ୍ତିର କର୍ମଚାରୀ ବୋଲି ଜଣାପଡିଛି।

Advertisment

ଆଜି ସକାଳେ ଗଛ ନିକଟରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତ ମହିଳା ଜଣଙ୍କ ତଳକୁ ମୁହଁ କରି ଗଛ ନିକଟରେ ପଡ଼ିଥିଲେ।  ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୁଇଁତଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରାଯାଉଛି। ତେବେ ମହିଳାଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି। 

Advertisment
Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe