Tension Situation
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁକୁଡାହାଡ଼ ଗାଁ ନିକଟ ରେଲୱେ ଟ୍ରାକରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଦ୍ୱୟଙ୍କର ପରିଚୟ ମିଳିନାହିଁ।
ଆଜି ସକାଳେ ମହିଳା ଦୁଇ ଜଣଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଟ୍ରାକରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ତେବେ ମହିଳା ଦ୍ୱୟଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ି ନାହିଁ। କେହି ମହିଳା ଦ୍ୱୟଙ୍କୁ ହତ୍ୟା କରି ଟ୍ରାକରେ ଫିଙ୍ଗି ଦେଇଛି ନା, ସେମାନେ ଶୌଚ ହେବା ପାଇଁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। ମହିଳାଙ୍କ ମୃତ୍ୟୁକୁ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1734069435.jpg)