Advertisment

ମୁହଁରେ ପରିସ୍ରା କରିଥିଲେ, ଶରୀରରେ ଭାଇରସ ଛାଡ଼ିଥିଲେ: ବିଜେପି ବିଧାୟକଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗ

ପ୍ରଥମଥର ପାଇଁ ମୁନିରତ୍ନଙ୍କ ବିରୋଧରେ ଏପରି ଦୁଷ୍କର୍ମ ଅଭିଯୋଗ ଆସିନି। ୨୦୨୪ରେ ଆଉ ଜଣେ ୪୦ ବର୍ଷୀୟ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

author-image
Hemant Lenka
BJP

BJP

କର୍ଣ୍ଣାଟକାର ଜଣେ ବିଜେପି ବିଧାୟକ ମୁନିରତ୍ନଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ବିଧାୟକ ମୁନିରତ୍ନ ଓ ତାଙ୍କର ସହଯୋଗୀମାନଙ୍କ ବିରୋଧରେ ଜଣେ ୪୦ ବର୍ଷୀୟ ମହିଳା ଆଣିଛନ୍ତି ଗଣଦୁଷ୍କର୍ମ ଅଭିଯୋଗ। ବିଧାୟକ ଆଣ୍ଡ କୋ କେବଳ ମହିଳାଙ୍କୁ ଗଣଦୁଷ୍କର୍ମ କରି ନଥିଲେ, ବରଂ ତାଙ୍କ ମୁହଁରେ ପରିସ୍ରା କରିଥିଲେ ଓ ତାଙ୍କ ଶରୀରରେ ମାରାତ୍ମକ ଭାଇରସ ଇଞ୍ଜେକସନ ଦ୍ୱାରା ଛାଡ଼ିଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ଏହି ଅଭିଯୋଗ ପରେ ବେଙ୍ଗାଲୁରୁ ପୁଲିସ୍‌ ବିଧାୟକ ମୁନିରତ୍ନ ଆଣ୍ଡ କୋଙ୍କ ବିରୋଧରେ ଏଫଆଇଆ ରୁଜୁ କରିଛି। ମହିଳା ଜଣଙ୍କ ଉତ୍ତରପଶ୍ଚିମ ବେଙ୍ଗାଲୁରୁର ଯଶବନ୍ତପୁର ନିକଟ ଆରଏମସି ୟାର୍ଡ ପୁଲିସ୍‌ ଷ୍ଟେସନରେ ଏନେଇ ପ୍ରଥମେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ କରିଥିବା ମହିଳା ଜଣଙ୍କ ନିଜକୁ ବିଜେପିର ଜଣେ କର୍ମୀ ବୋଲି ପରିଚୟ ଦେଇଛନ୍ତି। ତାଙ୍କ କହିବା କଥା ଏପରି ଜଘନ୍ୟକାଣ୍ଡ ୨୦୨୩ ମସିହା ଜୁନ ୧୧ ତାରିଖରେ ଯଶବନ୍ତପୁର ଠାରୁ ୪ରୁ ୫ କିମି ଦୂରରେ ଥିବା ମୁନିରତ୍ନଙ୍କ ଅଫିସରେ ଘଟିଥିଲା।

Advertisment

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ବିଧାୟକଙ୍କ ପ୍ରରୋଚନାରେ ତାଙ୍କ ନାଁରେ କିଛି ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଏହାପରେ ଏହାକୁ ରଫାଦଫା କରିବା ନାଁରେ ବିଧାୟକଙ୍କ ସହଯୋଗୀମାନେ ତାଙ୍କୁ ଅଫିସକୁ ଡାକିଥିଲେ। ସେ ଅଫସିରେ ପହଞ୍ଚିବା ପରେ ମୁନିରତ୍ନ ଓ ତାଙ୍କର ଦୁଇ ସହଯୋଗୀ ପ୍ରଥମେ ତାଙ୍କୁ ଉଲ୍ଲଗ୍ନ କରି ଦେଇଥିଲେ। ଏହାପରେ ତାଙ୍କ ପୁଅଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।

ମହିଳା ଜଣଙ୍କ ଉଲ୍ଲଗ୍ନ ହୋଇ ଥରୁ ଥିବା ବେଳେ ମୁନିରତ୍ନ ତାଙ୍କର ଦୁଇ ସହଯୋଗୀଙ୍କୁ ଦୁଷ୍କର୍ମ କରିବାକୁ କହିଥିଲେ। ସେମାନେ ଦୁଷ୍କର୍ମ କରୁଥିବା ବେଳେ ମୁନିରତ୍ନ ମହିଳାଙ୍କ ମୁହଁରେ ପରିସ୍ରା କରି ଦେଇଥିଲେ। ଏତିକିରେ ତାଙ୍କ ମନ ବୁଝି ନଥିଲା। କିଛି ସମୟ ପରେ ଜଣେ ୪ର୍ଥ ବ୍ୟକ୍ତି ଅଫିସକୁ ଆସିଥିଲେ ଓ ମୁନିରତ୍ନଙ୍କୁ ଗୋଟିଏ ଧଳା ବକ୍ସ ଦେଇଥିଲେ। ସେହି ବକ୍ସରୁ ମୁନିରତ୍ନ ସିରିଞ୍ଜରେ କିଛି ଜିନିଷ ବାହାର କରି ତାଙ୍କ ଶରୀରରେ ଭର୍ତ୍ତି କରି ଦେଇଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି।

ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ ସେ ଚଳିତ ବର୍ଷ ଜାନୁଆରୀ ମାସରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଏମିତି ଏକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିରୁ ସେ କେବେ ହେଲେ ସୁସ୍ଥ ହୋଇ ପାରିବେ ନାହିଁ ବୋଲି ଜଣାପଡ଼ିଛି। ଗଣଦୁଷ୍କର୍ମ ବେଳେ ତାଙ୍କୁ ଦିଆଯାଇଥିବା ଇଞ୍ଜିକେସନ ଯୋଗୁ ତାଙ୍କର ଏପରି ହୋଇଥିବା ସେ କହିଛନ୍ତି।

ମେ’ ୧୯ରେ ମହିଳା ଜଣଙ୍କ ବିଭିନ୍ନ ପ୍ରକାରର ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ପୁଲିସ୍‌ରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳାଙ୍କ ଅଭିଯୋଗ ପରେ ପୁଲିସ୍‌ ୩୭୬ଡି, ୨୭୦, ୩୨୩, ୩୫୪, ୫୦୪, ୫୦୬, ୫୦୯ ଓ ୩୪ ଦଫାରେ ମାମଲା କରି ତଦନ୍ତ ଆରମ୍ଭ କରିଛି। ଏହାପୂର୍ବରୁ ବିଧାୟକ ମୁନିରତ୍ନ ଦୁର୍ନୀତି ଅଭିଯୋଗରେ ଫସିଥିଲେ। ଏଥିପାଇଁ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ଏବେ ଦୁଇଟି ଯାକ ଅଭିଯୋଗର ତଦନ୍ତ ପୁଲିସ୍‌ କରୁଛି।

ପ୍ରଥମଥର ପାଇଁ ମୁନିରତ୍ନଙ୍କ ବିରୋଧରେ ଏପରି ଦୁଷ୍କର୍ମ ଅଭିଯୋଗ ଆସିନି। ୨୦୨୪ରେ ଆଉ ଜଣେ ୪୦ ବର୍ଷୀୟ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ୨୦୨୦ରୁ ୨୦୨୨ ମଧ୍ୟରେ ମୁନିରତ୍ନ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ।

Bjp Karnataka Stop Rape