Dead
ନାଳରେ ବୁଡ଼ି ସାନ ଭାଇର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର (ଗତକାଲି) ରାଜସ୍ଥାନର ବିକାନେର ଜିଲ୍ଲାରେ ଘଟିଛି ଏହି ଘଟଣା।
ମୃତ ଯୁବକଙ୍କ ନାଁ ସନ୍ଦୀପ। ତାଙ୍କୁ ୧୯ ବର୍ଷ ହୋଇଥିଲା। ତାଙ୍କ ଭଉଣୀଙ୍କ ନାଁ ରେଖା। ତାଙ୍କୁ ୨୧ ବର୍ଷ ହୋଇଥିଲା।
ପୁଲିସର ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସନ୍ଦୀପ ତାଙ୍କ ଘର ପାଖ ଏକ ନାଳରେ ବୁଡ଼ି ଯାଇଥିଲେ। ହଠାତ୍ ସନ୍ତୁଳନ ହରାଇ ସେ ନାଳ ଭିତରେ ପଡ଼ଯାଇଥିଲେ। ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ରେଖା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପରେ ସେ ତାଙ୍କ ଘର ପାଖରେ ଥିବା ଏକ ବଡ଼ ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଥିଲେ। ଆଉ ତାଙ୍କର ବି ମୃତ୍ୟୁ ଘଟିଥିଲା। ତଥାପି ପୁଲିସ ଦୁଇଟି ଯାକ ଘଟଣାର ତଦନ୍ତ ଜାରି ରଖିଛି।
ବ୍ୟବଚ୍ଛେଦ ପରେ ପୁଲିସ ଦୁଇଟି ଯାକ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dead_1690701156.jpg)