Advertisment

ଝିଅକୁ ମାରି ଝୁଲି ପଡ଼ିଲା ମା’!

ପୁଲିସ୍ ଆସି ଘର ଭିତରେ ପଶିବା ପରେ ମାଣିକ ଓ ଗେଲିଙ୍କ ମୃତଦେହ ମିଳିଥିଲା।

author-image
Jitendra Garnayak
Crowd

Crowd

ଝିଅକୁ ମାରି ବେକରେ ରଶି ବାନ୍ଧି ଝୁଲି ପଡ଼ିଲା ମା’! ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସାନବରଗାଁ ବାଲିହତାସାହିରେ ଏକ ବନ୍ଦ ଘରୁ ଜଣେ ମହିଳା ଓ ତାଙ୍କ ଝିଅର ମୃତଦେହ ମିଳିବା ପରେ ହୋଇଛି ଏମିତି ଅଭିଯୋଗ।

Advertisment

ମୃତ ମହିଳାଙ୍କ ନାଁ ମାଣିକ ଗୌଡ଼। ତାଙ୍କ ଝିଅଙ୍କ ନାଁ ଗେଲି। ମାଣିକଙ୍କ ଝିଅ ଗେଲିଙ୍କୁ ମାତ୍ର ୫ ବର୍ଷ ହୋଇଥିଲା।

ଆଜି ଅପରାହ୍ନରେ ଦୀର୍ଘ ସମୟ ଧରି ମାଣିକ ଗୌଡ଼ଙ୍କ ଘରର କବାଟ ଖୋଲି ନଥିଲା। ତେଣୁ କିଛି ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ସେଥିପାଇଁ ସେମାନେ ପୋଲସରା ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍ ଆସି ଘର ଭିତରେ ପଶିବା ପରେ ମାଣିକ ଓ ଗେଲିଙ୍କ ମୃତଦେହ ମିଳିଥିଲା। ଏହା ଦେଖି ପୁଲିସ ମାଣିକଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ମାଣିକଙ୍କ ବାପ ଘର ଲୋକେ କହିଛନ୍ତି। ମାଣିକଙ୍କୁ ତାଙ୍କ ସ୍ୱାମୀ ମାରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Murder Suicide