Advertisment

ଦଶହରା ଛୁଟିରେ ଘରକୁ ଫେରୁଥିଲେ ଦମ୍ପତି, ବାଟରେ ସ୍ୱାମୀଙ୍କୁ ପିଟି ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ

ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ଭୁବନ ଅଞ୍ଚଳରେ ଏକ ମେସ୍‌ରେ ରହି ପଢୁଥିଲେ।

author-image
Jitendra Garnayak
undefined

Rape Victim

ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆଁ ଅଞ୍ଚଳରେ ଚାଞ୍ଚଲ୍ୟ। ସ୍ୱାମୀକୁ ମାଡ଼ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ କରିଛନ୍ତି ୫ ଜଣ ବ୍ୟକ୍ତି। ଦୁଇ ଦିନ ତଳେ ଘଟିଛି ଏହି  ଘଟଣା। ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତା ଓ ତାଙ୍କ ସ୍ୱାମୀ। ପୁଲିସ୍ ୨ ଜଣଙ୍କୁ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରଖିଛି।

Advertisment

ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ଭୁବନ ଅଞ୍ଚଳରେ ଏକ ମେସ୍‌ରେ ରହି ପଢୁଥିଲେ। ଦଶହରା ଛୁଟି ଥିବାରୁ ସ୍ୱାମୀଙ୍କ ସହ ବାଇକ୍‌ ଯୋଗେ ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ଥିବା ତାଙ୍କ ଘରକୁ ଯାଉଥିଲେ। ତେବେ ବାଟରେ ବାରୁଆଁ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ପାଞ୍ଚ ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଥିଲେ। ସେମାନେ ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ପିଟିବା ସହିତ ତାଙ୍କୁ କାଜୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ସେମାନେ ସ୍ୱାମୀସ୍ତ୍ରୀଙ୍କୁ ସେଠାରେ ଛାଡ଼ି ପଳାଇଥିଲେ। ସେମାନେ ଗଲା ବେଳେ ସ୍ୱାମୀସ୍ତ୍ରୀଙ୍କଠାରୁ ମୋବାଇଲ୍ ଫୋନ୍ ଓ କିଛି ଟଙ୍କା ନେଇ ଯାଇଥିଲେ। 

ଢେଙ୍କାନାଳ ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି ଯେ ଏହି ସମ୍ବେଦନଶୀଳ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ବାକି ତିନି ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ମିଳିସାରିଛି। ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। 

Advertisment
Rape Gang Rape