Advertisment

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ୱାମୀ

ମୟାବତୀ ନଦୀ କୂଳରେ ସ୍ତ୍ରୀ ଗାଧୋଉଥିବା ବେଳେ ଟାଙ୍ଗିଆରେ ତାଙ୍କୁ ହାଣି ହତ୍ୟା କରିଥିଲେ କୃଷ୍ଣ।

Balangir

Balangir

Advertisment

ଘରୋଇ କଳିରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ୱାମୀ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବ୍ରାହ୍ମପୁରାରେ। ମୃତ ମହିଳାଙ୍କ ନାମ ଅଞ୍ଜନା ବାଗ।

Advertisment

ଆଜି ସକାଳେ ଅଞ୍ଜନା ବାଗ ଓ ତାଙ୍କ ସ୍ୱାମୀ କୃଷ୍ଣ ବାଗଙ୍କ ମଧ୍ୟରେ କଳି ହୋଇଥିଲା। ଏହି କଳିକୁ କେନ୍ଦ୍ର କରି ସ୍ୱାମୀ କୃଷ୍ଣ ରକ୍ତମୁଖା ପାଲଟି ଯାଇଥିଲେ। ଅଞ୍ଜନା ଘରପାଖ ମାୟାବତୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୃଷ୍ଣ ହାତରେ ଟାଙ୍ଗିଆ ଧରି ସେଠାରେ ପହଞ୍ଚିଥିଲେ। ମୟାବତୀ ନଦୀ କୂଳରେ ସ୍ତ୍ରୀ ଗାଧୋଉଥିବା ବେଳେ ଟାଙ୍ଗିଆରେ ତାଙ୍କୁ ହାଣି ହତ୍ୟା କରିଥିଲେ କୃଷ୍ଣ।

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ କୃଷ୍ଣ ଟାଙ୍ଗିଆ ଧରି ଗାଁରେ ଆତଙ୍କ ଖେଳାଇ ଥିଲେ। ଗ୍ରାମବାସୀ ଭୟଭୀତ ହୋଇ ପାଟଣାଗଡ଼ ପୁଲିସକୁ ଖବର ଦେଇଥିଲେ। ପୁଲିସ ପୁଲିସ ପହଁଚିଲା ବେଳକୁ ଗାଁରୁ କୃଷ୍ଣ ଫେରାର ହୋଇ ଯାଇଥିଲେ। ପୁଲିସ ଅଞ୍ଜନାଙ୍କ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ କୃଷ୍ଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।

Advertisment

କୃଷ୍ଣଙ୍କ ପୁଅ କହିଛନ୍ତି, ବାପାମା' ସବୁଦିନ ଏଭଳି ଝଗଡ଼ା ଲାଗୁଥିଲେ। ଆଜି ବି ଝଗଡ଼ା ଲାଗିଥିଲେ। ମୁଁ କାମକୁ ଯାଇଥିଲି। ମା' ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବାପା ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି।

Murder Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe