Advertisment

ଶାଶୁ ଘର ଲୋକେ ବୋହୂର ଗଳିତ ମୃତଦେହ ପୋତିବା ବେଳେ ପହଞ୍ଚିଗଲେ ବାପ ଘର ଲୋକେ

ପୂଜାର୍ଚ୍ଚନା ବାହାନାରେ ଜାନକୀଙ୍କୁ ଏକା ରଖୁଥିଲେ ମକାରୁ। ଆଉ ଆଜି ଜାନକୀଙ୍କ ବାପ ଘରକୁ ଫୋନ୍‌ କରି ମକାରୁ କହିଥିଲେ ଯେ ଜାନକୀଙ୍କ ମୃତ୍ୟୁ ହୋଇଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead Body

Dead Body

ଜଣେ ମହିଳାଙ୍କ ଗଳିତ ମୃତଦେହକୁ ଶାଶୁ ଘର ଲୋକେ ପୋତିବା ବେଳେ ପହଞ୍ଚି ଆସିଲେ ବାପ ଘର ଲୋକେ। ସେମାନଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହାରେ।

Advertisment

ମୃତ ମହିଳାଙ୍କ ନାଁ ଜାନକୀ ମେହେର। ତାଙ୍କ ବାପ ଘର ସୋନପୁରର ଚମାରପଡ଼ାରେ। ୧୩ ବର୍ଷ ତଳେ ସେ ଲୋଇସିଂହାର ମକାରୁ ମେହେରଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୂଜାର୍ଚ୍ଚନା ବାହାନାରେ ଜାନକୀଙ୍କୁ ଏକା ରଖୁଥିଲେ ମକାରୁ। ଆଉ ଆଜି ଜାନକୀଙ୍କ ବାପ ଘରକୁ ଫୋନ୍‌ କରି ମକାରୁ କହିଥିଲେ ଯେ ଜାନକୀଙ୍କ ମୃତ୍ୟୁ ହୋଇଯାଇଛି। ଜାନକୀଙ୍କ ବାପଘର ଲୋକେ ଲୋଇସିଂହାରେ ପହଞ୍ଚିଲା ବେଳକୁ ତାଙ୍କ ମୃତଦେହକୁ ଶାଶୁ ଘର ଲୋକେ ପୋତି ଦେବାକୁ ଉଦ୍ୟମ କରୁଥିଲେ।

Advertisment

ଜାନକୀଙ୍କ ବାପ ଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମୃତଦେହରୁ ଦୁର୍ଗନ୍ଧ ବାହାରୁ ଥିଲା। ଶବଟି ପ୍ରାୟ ଚାରି-ପାଞ୍ଚ ଦିନର ହେବ ବୋଲି ସେମାନେ ଅନୁମାନ କରୁଛନ୍ତି। ଲୋଇସିଂହ କୁଶଙ୍ଗାଇ ନାଳରେ ଜାନକୀଙ୍କ ମୃତଦେହକୁ ଶାଶୁ ଘର ଲୋକେ ପୋତି ଦେବାକୁ ଉଦ୍ୟମ କରୁଥିଲେ। ଜାନକୀଙ୍କ ବାପ ଘର ଲୋକ ସେଠାରେ ପହଞ୍ଚି ବାଧା ଦେଇଥିଲେ ଓ ଲୋଇସିଂହା ଥାନା ପୁଲିସକୁ ଖବର ଦେଇଥିଲେ।

ଜାନକୀଙ୍କ ଶାଶୁ ଘର ଲୋକେ ଫେରାର ହୋଇଯାଇଛନ୍ତି। ପୁଲିସ କେବଳ ତାଙ୍କ ସ୍ୱାମୀ ମକାରୁ ମେହେରଙ୍କୁ ଅଟକ ରଖିଛି।

Murder