Advertisment

ସୁରଟରେ ସ୍ୱାମୀଙ୍କୁ ମାରି କନ୍ଧମାଳରେ ଲୁଚିଥିଲା ସ୍ତ୍ରୀ

୨୫ ବର୍ଷ ହେଲା ସୁରଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ନରେଶ।

ଅଦ୍ୟତନ ହୋଇଛି
Accused

Accused

Advertisment

ଜଣେ ମହିଳା ଗୁଜରାଟର ସୁରଟରେ ତାଙ୍କ ସ୍ୱାମୀଙ୍କୁ ମାରି କନ୍ଧମାଳରେ ଆସି ଲୁଚିଥିଲେ। ତେବେ ଜି. ଉଦୟଗିରି ପୁଲିସ ସହାୟତାରେ ଗୁଜରାଟ ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ନରେଶ ନାୟକ। ସେ ୨୫ ବର୍ଷ ହେଲା ସୁରଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ନରେଶଙ୍କ ସହିତ ତାଙ୍କ ପତ୍ନୀ ସବିତା ଓ ଦୁଇ ଝିଅ ସେଠାରେ ରହୁଥିଲେ।

ଜୁନ୍ ୨ ତାରିଖରେ ନରେଶ ଓ ସବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଆଉ ସେହିସମୟରେ ସବିତା ଉତ୍‌କ୍ଷିପ୍ତ ହୋଇ ନରେଶଙ୍କୁ ହତ୍ୟା କରିଥିଲେ। 

Advertisment

ନରେଶ ମରିଯିବା ପରେ ସବିତା ଏକ ବସ୍ତାରେ ତାଙ୍କ ମୃତଦେହକୁ ଭର୍ତ୍ତି କରି ବାହାରେ ଫୋପାଡ଼ି ଦେଇଥିଲେ। ତା’ପରେ ଦୁଇ ଝିଅଙ୍କୁ ଧରି ସେ ନିଜ ଗାଁ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅନ୍ତର୍ଗତ ଡକେଡିକୁ ଚାଲି ଆସିଥିଲେ। ତେବେ ଡକେଡି ଗାଁ ଲୋକଙ୍କର ସବିତାଙ୍କ ଉପରେ ସନ୍ଦେହ ହୋଇଥିଲା। ନରେଶଙ୍କ ସହିତ ସେ କିଛି ଘଟାଇ ଏଠାରେ ଆତ୍ମଗୋପନ କରିଥିବା ସେମାନେ ସନ୍ଦେହ କରିଥିଲେ। ସେମାନେ ସୁରଟରେ ଥିବା ଜଣେ ଓଡ଼ିଆ ଲୋକଙ୍କ ସହାୟତାରେ ସେଠାକାର ପୁଲିସକୁ ଖବର ଦେଇଥିଲେ। କନ୍ଧମାଳ ଜିଲ୍ଲା ପୁଲିସ ସହିତ ଯୋଗାଯୋଗ କରି ଏଠାକୁ ଆସିଥିଲା ଗୁଜରାଟ ପୁଲିସ୍। ସେମାନେ ଆଜି ସବିତା ଓ ତାଙ୍କର ଜଣେ ଝିଅଙ୍କୁ ଗିରଫ କରି ସାଙ୍ଗରେ ନେଇ ଯାଇଛନ୍ତି। ସବିତାଙ୍କର ଅନ୍ୟ ଜଣେ ଝିଅ ନାବାଳିକା ହୋଇଥିବା ଯୋଗୁ ତାଙ୍କୁ ନେଇ ନାହାନ୍ତି। 

Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe