Advertisment

ନୃଶଂସ ପୁଅ; ମା’କୁ ହତ୍ୟା କରି ପୋଡ଼ି ଦେଲା!

ଗତକାଲି ରାତିରେ କୌଣସି କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।

DeadBody

DeadBody

Advertisment

 ପରିବାରିକ କଳହର କରୁଣ ପରିଣତି।  ଯେଉଁ ମା’ ଛୋଟରୁ ବଡ଼ କରିଥିଲା, ସେହି ମା’କୁ ହତ୍ୟା କରି ପୋଡ଼ି ଦେଲା ପୁଅ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ମାନ ବେହେରା। ପୁଲିସ ପୁଅ ବଳିଆ ବେହେରାଙ୍କୁ ପଚରାଉଚରା କରୁଛି।

Advertisment

ପାରିବାରିକ କଳହ ପାଇଁ ଗତକାଲି ରାତିରେ ମିନାଙ୍କୁ ବଳିଆ ବାଡ଼େଇ ବାଡ଼େଇ ହତ୍ୟା କରିଥିଲା। । ସେଥିରେ ନୃଂଶସ ପୁଅର ମନ ବୁଝିନଥିଲା। ପରେ ମା’ର ମୃତଦେହକୁ ତରବରିଆ ଭାବେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ପୁଅକୁ ପଚରାଉଚରା କରିଛି। ବଳିଆ ନିଜ ମା’କୁ ମାରି ନାହିଁ ବୋଲି ପୁଲିସ ଆଗରେ କହିଛି। ହୃଦଘାତରେ ମା’ ମୃତ୍ୟୁ ଘଟିଥିବା ନିଜ ବୟାନରେ ପୁଲିସକୁ କହିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୁଲିସ ବଳିଆକୁ ପଚରାଉରା କରୁଛି।

Advertisment
Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe