ଶାଶୁ ଘର ଆଗଣାରେ ଜଳିଲା ବୋହୂର ଜୁଇ

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଗାଁରେ ପହଞ୍ଚିଥିଲେ ସସ୍ମିତା। ଏହି ଖବର ପ୍ରଚାରିତ ହେବା ପରେ ଜମିଥିଲା ଗାଁ ଲୋକଙ୍କ ଭିଡ଼। ହେଲେ ନଥିଲା କାହା ମୁହଁର ସୁଖ। ଦୁଃଖ ଓ କାନ୍ଦରେ ଭିଜିଥିଲା ପୂରା ଗାଁ ଦାଣ୍ଡ। ପଲିଥିନ୍‌ରେ ଗୋଡ଼ା ହୋଇ ଶବ ବାହକ ଗାଡ଼ିରେ ଶୋଇଥିଲେ ସସ୍ମିତା।

Balasore PhotoOR

ବାମରୁ ମୃତ ସସ୍ମିତା, ଘର ଅଗଣାରେ ଜଳୁଛି ଜୁଇ

Manoranjan Sial
  • Published: Friday, 06 December 2024
  • Updated: 06 December 2024, 08:21 PM IST

Sports

Latest News

ସେଦିନ ସିନ୍ଦୂର, ଅଳତା ପିନ୍ଧି ବଧୂ ହୋଇ ଶାଶୁ ଘର ଆସିଥିଲେ ସସ୍ମିତା। ଆଉ ବନ୍ଦାପନା କରି ଘର ଭିତରକୁ ପାଛୋଟି ନେଇଥିଲେ ନଣନ୍ଦ। ହୁଳ ହୁଳି ଓ ଥଟାମଜାରେ କମ୍ପୁଥିଲା ଘର ଅଗଣା। ହେଲେ ଆଜି କୋଳାହଳମୟ ପରିବେଶ୍‌ ପୂରା ଚୁପ୍‌। ଶୀତୁଆ ଅପରାହ୍ନରେ ଭିଜିଛି ଆଖି, ଆଉ ମୁହଁରେ ବିସ୍ମୟର ଚିହ୍ନ। କାରଣ ଗାଁକୁ ଆସିଛନ୍ତି ସସ୍ମିତା?? ଏଥର ବଧୂ ବେଶରେ ସେ ନାହାନ୍ତି। ବରଂ ପଲଥିନ୍‌ରେ ଗୋଡ଼ାହୋଇ ଶବ ହୋଇ ଆସିଛନ୍ତି। ଯାହାକୁ ନିଜର ପରିବାର କରିଥିଲେ, ସେମାନେ ମଧ୍ୟ ସାଥୀରେ ନାହାନ୍ତି। ତେଣୁ ନିଜ ବାପା-ଭାଇ ଶାଶୁ ଘର ଆଗରେ ଜୁଇ ସଜାଡ଼ି ଜଳିଦେଲେ। ବଧୂ ବେଶରେ ଆସିଥିଲେ ସିନା, ହେଲେ ଅହ୍ୟ ହୋଇ ଶାଶୁ ଘରୁ ବିଦାୟ ନେଲେ ସସ୍ମିତା ବେହେରା।

ତିନି ବର୍ଷ ତଳେ ସସ୍ମିତାଙ୍କୁ ବିବାହ କରିଥିଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ହରିପୁର ଗାଁର ସୁରତ ମାହାନାଙ୍କ ପୁଅ ରାମକୃଷ୍ଣ। ବିବାହ ପରେ କିଛି ଦିନ ପରିବାରିକ ସାଂସଦାର ଠିକ୍‌ଠାକ ଚାଲିଥିଲା। ଝିଅଟିଏ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲା ଭଟ୍ଟା। କଥା କଥାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା। ଏଥିପାଇଁ ବହୁବାର ଗାଁରେ ବୈଠକ ବସି ଘଟଣା ସମାଧାନ ହୋଇଥିଲା। ତଥାପି ସମାଧାନର ରାସ୍ତା ବାହାରି ପାରୁନଥିଲା।

Also Read

ତେବେ ଗୁରୁବାର ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଏହା ପରେ ସସ୍ମିତା ଘର ଭିତରେ ପଶି ଯାଇ ଭିତର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ। ଅଭିଯୋଗ ଅନୁସାରେ ସସ୍ମିତା ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ ଖବର ପାଇଁ ପହଞ୍ଚିଥିଲେ ସସ୍ମିତାଙ୍କ ପରିବାର ଲୋକେ। ସେମାନେ ଝିଅ ଘରେ ପହଞ୍ଚିଥିଲେ। ଆଉ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏ ନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ଏଥିସହ ରାମକୃଷ୍ଣଙ୍କୁ ଗିରଫ କରିଥିଲା ପୁଲିସ୍‌।

ବ୍ୟବଚ୍ଛେଦ ପରେ ଆଜି ପୁଲିସ୍‌ ବାପ ଘର ଲୋକଙ୍କୁ ମୃତଦେହ ପ୍ରଦାନ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ମୃତଦେହ ସତ୍କାର କରିବ କିଏ? କେଉଁଠି ମୃତଦେହ ସତ୍କାର ହେବ? ବାପ ଘର ଲୋକେ ଏନେଇ ଜ୍ୱାଇଁ ରାମକୃଷ୍ଣଙ୍କ ଗାଁର ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ। ଗାଁକୁ ମୃତଦେହ ଆସିଲେ, ଆମେ ସତ୍କାର କରିବୁ ବୋଲି ସରପଞ୍ଚ ପ୍ରସ୍ତାବ ଦେଇଥିଲେ। ହେଲେ ସେମାନେ ଏଥିରେ ରାଜି ହୋଇନଥିଲେ। ରାମକୃଷ୍ଣଙ୍କ ଘର ସାମ୍ନାରେ ସସ୍ମିତାଙ୍କ ଶବ ସତ୍କାର କରିବାକୁ ବାପଘର ଲୋକ କହିଥିଲେ।

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଗାଁରେ ପହଞ୍ଚିଥିଲେ ସସ୍ମିତା। ଏହି ଖବର ପ୍ରଚାରିତ ହେବା ପରେ ଜମିଥିଲା ଗାଁ ଲୋକଙ୍କ ଭିଡ଼। ହେଲେ ନଥିଲା କାହା ମୁହଁର ସୁଖ। ଦୁଃଖ ଓ କାନ୍ଦରେ ଭିଜିଥିଲା ପୂରା ଗାଁ ଦାଣ୍ଡ। ପଲିଥିନ୍‌ରେ ଗୋଡ଼ା ହୋଇ ଶବ ବାହକ ଗାଡ଼ିରେ ଶୋଇଥିଲେ ସସ୍ମିତା। ଚାହୁଁ ଚାହୁଁ ସ୍ୱାମୀଙ୍କ ଘର ଆଗରେ ସଜଡ଼ା ଯାଇଥିଲା ଜୁଇ। ଆଉ ଜୁଇ ସଜାଡ଼ିଥିଲେ ବାପଘର ଲୋକ। କାଠ ଛନ୍ଦା ଯିବା ପରେ ବଧୂ ବେଶରେ ଜୁଇରେ ଶୋଇଥିଲେ ସସ୍ମିତା। ଆଉ ମୁଖାଗ୍ନି ଦେଇଥିଲେ ବାପଘର ଲୋକ। ମୁକସାକ୍ଷୀ ସାଜିଥିଲେ ଗାଁ ଲୋକ। କେହି ପ୍ରତିବାଦ କରିଥିଲେ। ଦିନେ ବଧୂ ବେଶରେ ଶାଶୁ ଘର ଆସିଥିଲେ, ଆଜି ଅହ୍ୟ ହୋଇ ସ୍ୱର୍ଗକୁ ଗଲେ ସସ୍ମିତା।

ଅନ୍ୟପକ୍ଷରେ ରାମକୃଷ୍ଣଙ୍କ ବାପା ଓ ମାଆ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ଗଲା ବେଳେ ରାମକୃଷ୍ଣଙ୍କ ୨ ବର୍ଷର ଝିଅକୁ ନେଇ ଯାଇଛନ୍ତି। ପୁଲିସ୍‌ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story