Advertisment

୬ ମାସ ତଳେ ପଡ଼ିଥିଲା ହାତଗଣ୍ଠି, ଆଜି ଉଠିଲା କୋକେଇ

ନିର୍ଯାତନା ଅସହ୍ୟ ହେବାରୁ କବିତା କିଛି ଦିନ ତଳେ ବାପଘରକୁ ପଳାଇ ଯାଇଥିଲେ। ପରେ ବାପ ଘର ଲୋକେ ତାଙ୍କୁ ବୁଝାସୁଝା କରି ଶାଶୁ ଘରେ ଛାଡ଼ି ଯାଇଥିଲେ।

Bhadrak

Bhadrak

Advertisment

୬ ମାସ ତଳେ ପଡ଼ିଥିଲା ହାତଗଣ୍ଠି। କେତେ ସ୍ୱପ୍ନ ନେଇ ଘର ସଂସାର ଗଢ଼ିବା ପାଇଁ ବଧୂ ବେଶରେ ଶାଶୁଘର ଆସିଥିଲେ କବିତା। ହେଲେ ସଂସାର ଗଢ଼ିବା ବଦଳରେ ଯୌତୁକ ଜାଲ୍‌ରେ ଛନ୍ଦି ହୋଇପଡ଼ିଲେ। ଆଉ ଅଫେରା ପଥରେ ଚାଲିଗଲେ। ଅଭିଯୋଗ ହେଉଛି, ଯୌତୁକ ପାଇଁ ତାଙ୍କୁ କୁଆଡେ ହତ୍ୟା କରାଯାଇଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି।

Advertisment

ରାଜଘରପୋଖରୀ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗାଁର ଗୋବର୍ଦ୍ଧନ ରାଉତଙ୍କ ଝିଅ କବିତା ରାଉତ ମନ୍ଦାରୀ ଗ୍ରାମର ରତିକାନ୍ତ ଭୋଇଙ୍କୁ ଚଳିତବର୍ଷ ଫେବ୍ରୁଆରୀରେ ବିବାହ କରିଥିଲେ। ବୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ସେଥିରେ ରତିକାନ୍ତ ଓ ତାଙ୍କ ପରିବାର ସନ୍ତୁଷ୍ଟ ନଥିବା ଅଭିଯୋଗ ହୋଇଛି। ତାଙ୍କୁ ଆହୁରି ଯୌତୁକ ଆଣିବା ପାଇଁ କୁହାଯାଉଥିଲା। ହେଲେ ସେ ରାଜି ନହେବାରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

ତେବେ ନିର୍ଯାତନା ଅସହ୍ୟ ହେବାରୁ କବିତା କିଛି ଦିନ ତଳେ ବାପଘରକୁ ପଳାଇ ଯାଇଥିଲେ। ପରେ ବାପ ଘର ଲୋକେ ତାଙ୍କୁ ବୁଝାସୁଝା କରି ଶାଶୁ ଘରେ ଛାଡ଼ି ଯାଇଥିଲେ। ଆଜି ସକାଳେ ଗୋବର୍ଦ୍ଧନଙ୍କ ପାଖକୁ ଝିଅ ଘରୁ ଫୋନ୍‌ କଲ ଯାଇଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ, ତୁମ ଝିଅ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏକଥା ଶୁଣିବା ପରେ ଗୋବର୍ଦ୍ଧନଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ବାସୁଦେବପୁର ମେଡ଼ିକାଲ୍‌ରେ ପହଞ୍ଚିଥିଲେ।

Advertisment

ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ କବିତାର ମୃତ୍ୟୁ ହୋଇସାରିଥିଲା। ମେଡ଼ିକାଲ୍‌ ବେଡ୍‌ରେ ପଡ଼ିଥିଲା ତା’ ମୃତଦେହ। ଆଖି ଆଗରେ ଝିଅର ମୃତଦେହ ଦେଖି ଧୌର୍ଯ୍ୟ ଧରି ରହିପାରିଲେ ନାହିଁ ପରିବାର ଲୋକେ। ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଥିଲେ। ଯୌତୁକ ପାଇଁ କବିତାଙ୍କୁ ମାରିଦେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ତେବେ ଅଭିଯୋଗ ନେଇ ରତିକାନ୍ତଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe