Advertisment

ମାଆର ଗଳା କାଟିଦେଲେ; ଚିତ୍କାର କରିବାରୁ ଝିଅ ପାଟିରେ ଗାମୁଛା ପୂରାଇ ଦେଲେ!

ବାସୁଦେବପୁର ଥାନା ଶୁକଦେବପୁର ଗାଁର ରବୀନ୍ଦ୍ର ବେହେରା ବାଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଆଉ ଗାଁରେ ତାଙ୍କ ପତ୍ନୀ ସସ୍ମିତା ବେହେରା ଓ ୧୩ ବର୍ଷର ଝିଅ ରୁହନ୍ତି। ସବୁଦିନ ପରି ଗୁରୁବାର ରାତିରେ ଖାଇପିଇ ଘରେ ଶୋଇଥିଲେ ସସ୍ମିତା ଓ ତାଙ୍କ ଝିଅ।

Crime

Crime

Advertisment

ବିଳମ୍ୱିତ ରାତିରେ ଘରେ ପଶି ମାଆର ଗଳା କାଟି ଦେଲେ ଦୁର୍ବୃତ୍ତ। ଝିଅ ଦେଖି ଚିତ୍କାର କରିବାରୁ ତା’ ପାଟିରେ ଗାମୁଛା ପୂରାଇ ଦେଲେ। ଝିଅ ଜୀବନ ସିନା ବଞ୍ଚିଗଲା। ହେଲେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମାଆର ମୃତ୍ୟୁ ଘଟିଛି। ଏପରି ବୀଭତ୍ସ ହତ୍ୟାକାଣ୍ଡ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା

Advertisment

ବାସୁଦେବପୁର ଥାନା ଶୁକଦେବପୁର ଗାଁର ରବୀନ୍ଦ୍ର ବେହେରା ବାଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଆଉ ଗାଁରେ ତାଙ୍କ ପତ୍ନୀ ସସ୍ମିତା ବେହେରା ଓ ୧୩ ବର୍ଷର ଝିଅ ରୁହନ୍ତି। ସବୁଦିନ ପରି ଗୁରୁବାର ରାତିରେ ଖାଇପିଇ ଘରେ ଶୋଇଥିଲେ ସସ୍ମିତା ଓ ତାଙ୍କ ଝିଅ। ରାତି ପ୍ରାୟ ୧ଟା ବେଳେ ଜଣେ ଦୁର୍ବୃତ୍ତ ସସ୍ମିତାଙ୍କ ଘରେ ପଶିଥିଲେ। ଆଉ ଅତି ବୀଭତ୍ସ ଭାବେ ତାଙ୍କ ଗଳି କାଟି ଦେଇଥିଲେ। ସସ୍ମିତାଙ୍କ ଚିତ୍କାର ଶୁଣି ନିଦରୁ ଉଠିପଡ଼ିଥିଲେ ତାଙ୍କ ଝିଅ। ଆଉ ମାଆଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ଜୋରରେ ପାଟି କରିଥିଲେ। ହେଲେ ଦୁର୍ବୃତ୍ତ ଜଣକ ତାଙ୍କ ପାଟିରେ ଗାମୁଛା ପୂରାଇ ପଳାଇ ଯାଇଥିଲେ।

ଦୁର୍ବୃତ୍ତ ପଳାଇଗଲା ପରେ ସସ୍ମିତାଙ୍କ ଝିଅ ଧାଇଁ ଯାଇଥିଲେ ମାମୁ ଘରକୁ। ସେଠାରେ ସବୁ କଥା କହିଥିଲା। ଏହା ପରେ ସାହି ପଡ଼ିଶାଙ୍କ ସହ ମିଶି ସସ୍ମିତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଏନେଇ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ୍‌। ସସ୍ମିତାଙ୍କୁ କିଏ ଓ କାହିଁକି ମାରିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ରିପୋର୍ଟ-ବାସୁଦେବପୁରରୁ ସୂର୍ଯୋଦୟ ବିଶ୍ୱାଳ

Murder Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe