Advertisment

କଟକରେ ମହିଳାଙ୍କୁ ଛୁରା ଭୁଷି ହତ୍ୟା

ମିଳିଥିବା ସୂଚନା ଅନୁସାରେ ଆକ୍ରମଣ କରିଥିବା ଯୁବକଙ୍କ ବିରୋଧରେ ସିଆରଆରଆଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଭାରତୀ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Attack

ମହିଳାଙ୍କୁ ଛୁରା ଭୁଷି ହତ୍ୟା। ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ର ସିଆରଆରଆଇ ଥାନା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ତେବେ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛି।

Advertisment

ଆଜି ସନ୍ଧ୍ୟା ବେଳେ ନେହରୁପଲ୍ଲୀରେ ଭାରତୀ ସାହୁଙ୍କ ସହିତ ଜଣେ ଯୁବକଙ୍କ ଯୁକ୍ତିତର୍କ ହେଉଥିଲା। ଧୀରେ ଧୀରେ ଯୁକ୍ତିତର୍କ ବଢ଼ିଥିଲା। ପରବର୍ତ୍ତୀ ସମୟରେ ଭାରତୀଙ୍କୁ ସମ୍ପୃକ୍ତ ଯୁବକ ଛୁରା ମାଡ଼ କରିଥିଲା। ଭାରତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାକୁ ଧାଇଁ ଆସିଥିଲେ। ଆକ୍ରମଣ କରିଥିବା ଯୁବକ ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଲୋକେ ଭାରତୀଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ ହେଉଛି।

ମିଳିଥିବା ସୂଚନା ଅନୁସାରେ ଆକ୍ରମଣ କରିଥିବା ଯୁବକଙ୍କ ବିରୋଧରେ ସିଆରଆରଆଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଭାରତୀ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ଯୁବକ ଜଣକ ମାସେ ଜେଲ୍‌ ଯାଇଥିଲା। ଏବେ ଜେଲ୍‌ରୁ ବାହାରି ଥିଲା। ତେବେ କେଉଁ କାରଣରୁ ଭାରତୀ ତା’ ନାଁରେ ଲିଖିତ ଅଭିଯୋଗ କରିଥିଲେ, ତାହା ଜଣାପଡ଼ିନି। ସେପଟେ ପୁଲିସ୍‌ କହିଛି, ଛୁରା ମାଡ଼ କରିଥିବା ଅଭିଯୁକ୍ତ ନାଁରେ ଏକାଧିକ ମାମଲା ରହିଛି।

Advertisment

ହତ୍ୟାକାଣ୍ଡ ଘଟିଥିବା ସ୍ଥଳରେ ଏସିପି ଓ ସିଆରଆରଆଇ ଥାନା ଆଇଆଇସି ପହଞ୍ଚି ତଦନ୍ତ ଚଳାଇଛନ୍ତି। ହତ୍ୟାକାଣ୍ଡ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

Cuttack Crime