Advertisment

ମହିଳାଙ୍କୁ ଛୁରୀ ଭୁଷି ହତ୍ୟା

ଲଳିତା ଶାହା ଘରେ ଥିଲେ। ଠିକ୍‌ ସେତିକି ବେଳେ ପାଣୁ ହରିପାଲ୍‌ ନାମକ ଜଣେ ଯୁବକ ଘରେ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Crime

Crime

Advertisment

ସମ୍ବଲପୁର ଜିଲ୍ଲା ଟାଉନ ଥାନା ଝୁମ୍ପୁଡିପଡା ସାହୁ କଲୋନୀରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Advertisment

ଝୁମ୍ପୁଡିପଡା ସାହୁର ଲଳିତା ଶାହା ଘରେ ଥିଲେ। ଠିକ୍‌ ସେତିକି ବେଳେ ପାଣୁ ହରିପାଲ୍‌ ନାମକ ଜଣେ ଯୁବକ ଘରେ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସାହି ପଡ଼ିଶା ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଛୁରା ମାଡ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି। ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ମୃତ ମହିଳାଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବୋଲି ପୁଲିସ୍‌ କହିଛି।

Advertisment
Sambalpur Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe