Advertisment

ଶେଷ ଥର ପାଇଁ ହ୍ୱାଟ୍ସଆପ୍‌ରେ କଥା ହୋଇଥିଲେ, ୧୪ ଦିନ ପରେ ଘରୁ ମିଳିଲା ପତ୍ନୀଙ୍କ କ୍ଷତାକ୍ତ ମୃତଦେହ

ସବୁଦିନ ପରି ଗତ ୧୬ ତାରିଖରେ ମଧୁସ୍ମିତାଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ମହେଶ୍ୱର। ତା’ପରଠାରୁ ତାଙ୍କ ସହିତ ଫୋନ୍‌ ଲାଗିନଥିଲା। ତେଣୁ ବ୍ୟସ୍ତ ହୋଇ ପଡ଼ିଥିଲେ ମହେଶ୍ୱର। ପରେ ଜାଣିବାକୁ ପାଇଥିଲେ ମଧୁସ୍ମିତାଙ୍କ ମୋବାଇଲ୍‌ ଖରାପ ହୋଇଛି।

Woman

Woman

Advertisment

ମୋବାଇଲ୍‌ ଫୋନ୍‌ ଖରାପ ହୋଇଥିବାରୁ ଶେଷ ଥର ପାଇଁ ପତ୍ନୀଙ୍କ ସହିତ ହ୍ୱାଟ୍ସଆପ୍‌ରେ କଥା ହୋଇଥିଲେ ମହେଶ୍ୱର ନାୟକ। ତା’ପରେ ଆଉ ସମ୍ଭବ ପର ହୋଇନଥିଲା। ୧୪ ଦିନ ପରେ ଘରକୁ ଆସିଲା ବେଳେ ମିଳିଲା ପତ୍ନୀଙ୍କ କ୍ଷତାକ୍ତ ଗଳିତ ମୃତଦେହ। କିଏ ଓ କାହିଁକି ମାରିଲା, ତା’ର କାରଣ ଖୋଜୁଛି ଭଦ୍ରକ ଟାଉନ୍‌ ଥାନା ପୁଲିସ୍‌।

Advertisment

ତିହିଡି ଗୋଳାପୋଖରୀ ଗାଁର ମହେଶ୍ୱର ନାୟକଙ୍କୁ ବିବାହ କରିଥିଲେ ମଧୁସ୍ମିତା। ଉଭୟଙ୍କ ଔରଷରୁ ପୁଅଟିଏ ରହିଛି। ପୁଅ ପୁଣେରେ ପାଠ ପଢ଼ୁଥିବା ବେଳେ ମହେଶ୍ୱର ହାଇଦ୍ରାବାଦରେ ଏକ କମ୍ପାନୀରେ ଚାକିରି କରୁଛନ୍ତି। ୮ ମାସ ତଳେ ପତ୍ନୀ ମଧୁସ୍ମିତା ଗାଁରୁ ଯାଇ ଭଦ୍ରକ ଟାଉନ୍‌ର ଅପର୍ତ୍ତିବିନ୍ଧା ସ୍ଥିତ ନ୍ୟୁକଲୋନୀରେ ଘର ଭଡ଼ା ନେଇ ଏକାକୀ ରହୁଥିଲେ। ନିୟମିତ ସ୍ୱାମୀ ଓ ପୁଅଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସେମିତି କିଛି ସମସ୍ୟା ଥିଲା ପରି ଲାଗୁନଥିଲା।

ସବୁଦିନ ପରି ଗତ ୧୬ ତାରିଖରେ ମଧୁସ୍ମିତାଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ମହେଶ୍ୱର। ତା’ପରଠାରୁ ତାଙ୍କ ସହିତ ଫୋନ୍‌ ଲାଗିନଥିଲା। ତେଣୁ ବ୍ୟସ୍ତ ହୋଇ ପଡ଼ିଥିଲେ ମହେଶ୍ୱର। ପରେ ଜାଣିବାକୁ ପାଇଥିଲେ ମଧୁସ୍ମିତାଙ୍କ ମୋବାଇଲ୍‌ ଖରାପ ହୋଇଛି। ତେଣୁ ହ୍ୱାଟ୍ସଆପ୍‌ରେ ଚାଟିଂ କରିଥିଲେ। ଶେଷ ଥର ପାଇଁ ୧୯ ତାରିଖରେ ହ୍ୱାଟ୍ସଆପ୍‌ରେ ପତ୍ନୀଙ୍କ ସହିତ କଥା ହୋଇଥିଲେ ମହେଶ୍ୱର। ତା’ପରଠାରୁ ପତ୍ନୀଙ୍କ ସହିତ ଯୋଗାଯୋଗ କରିପାରୁନଥିଲେ। ତେଣୁ ସାହି ପଡ଼ିଶାଙ୍କୁ ଫୋନ୍‌ କରି ପଚାରିଥିଲେ। ଘରେ ତାଲା ପଡ଼ିଥିବା ସାହି ପଡ଼ିଶା କହିଥିଲେ।

Advertisment

୧୪ ଦିନ ପରେ ଅର୍ଥାତ ଶୁକ୍ରବାର ମହେଶ୍ୱର ଭଦ୍ରକରେ ପହଞ୍ଚିଥିଲେ। ଘର ବାହାର ପାର୍ଶ୍ୱରୁ ତାଲା ପଡ଼ିଥିବା ଦେଖିବା ପାଇଥିଲେ। ତେଣୁ ସେ ନିଜ ଗାଁକୁ ପଳାଇ ଯାଇଥିଲେ। ଆଜି ସକାଳେ ମଧୁସ୍ମିତା ରହୁଥିବା ଭଡ଼ା ଘରୁ ଦୁର୍ଗନ୍ଧ ବାହାରୁଥିବା ସାହି ପଡ଼ିଶା ଫୋନ୍‌ କରି ମହେଶ୍ୱରଙ୍କୁ କହିଥିଲେ। ଏହା ପରେ ମହେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟାଉନ୍‌ ଥାନା ପୁଲିସ୍‌ ତାଲା ଭାଙ୍ଗି ଘର ଭିତରେ ପଶିଥିଲା।

ଘର ଭିତରେ ପଡ଼ିଥିଲା ମଧୁସ୍ମିତାଙ୍କ କ୍ଷତବିକ୍ଷତ ମୃତଦେହ। ଆଖି ଆଗରେ ପତ୍ନୀଙ୍କ ମୃତଦେହ ପଡ଼ିଥିବା ଦେଖି ହତବାକ୍‌ ହୋଇପଡ଼ିଥିଲେ ମହେଶ୍ୱର। ପୁଲିସ୍‌, ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ ମିଳିତ ଭାବେ ଘଟଣାର ତଦନ୍ତ ଚଳାଇଛନ୍ତି। ହେଲେ କିଏ ଓ କାହିଁକି ମଧୁସ୍ମିତାଙ୍କୁ ହତ୍ୟାକଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଖୋଳତାଡ କରୁଛି। ସେପଟେ ମଧୁସ୍ମିତାଙ୍କ ମୋବାଇଲ ଫୋନ୍‌କୁ ପାଉନି ପୁଲିସ୍‌।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe