Advertisment

ବିମାନରେ ଦେଖା ହୋଇଥିଲେ, ହୋଟେଲରେ ମହିଳାଙ୍କୁ ଦୁଷ୍କର୍ମ କଲେ

ପୂରା ଘଟଣା ଅଗଷ୍ଟ ୨୩ରେ ଘଟିଥିଲା। ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ୪୭ ବର୍ଷୀୟ ଲକ୍ଷ୍ମଣ ଶିୟାରଙ୍କୁ ଗିରଫ କରିଛି।

author-image
Hemant Lenka
Stop Rape

Stop Rape

ଗୁଜରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଗୋଆ ପୁଲିସ୍‌। ଗୁଜରାଟର ଏହି ବ୍ୟକ୍ତି ଜଣଙ୍କ ଉତ୍ତର ଗୋଆର ଆସଓନୋରା ଗାଁରେ ଥିବା ଗୋଟିଏ ହୋଟେଲ ଭିତରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେ ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ଏହାପରେ ତାଙ୍କୁ ହୋଟେଲକୁ ଡାକି ସେ ତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ଅଗଷ୍ଟ ୨୩ରେ ଘଟିଥିଲା। ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ୪୭ ବର୍ଷୀୟ ଲକ୍ଷ୍ମଣ ଶିୟାରଙ୍କୁ ଗିରଫ କରିଛି। ସେ ମଧ୍ୟ ମହିଳାଙ୍କ ଭଳି ଗୋଆକୁ ବୁଲିବାକୁ ଯାଇଥିଲେ। କିନ୍ତୁ ସେ ମହିଳା ଜଣଙ୍କୁ ନିଜେ ରହୁଥିବା ହୋଟେଲକୁ ଆଣି ଦୁଷ୍କର୍ମ କରିଛନ୍ତି।

ଡେପୁଟି ଏସ୍‌ପି ଜିଭବା ଡାଲଭି କହିଛନ୍ତି, “ଗୋଟିଏ ବିମାନରେ ପୀଡ଼ିତା ଓ ଅଭିଯୁକ୍ତ ପରସ୍ପରକୁ ଭେଟିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ବିମାନରେ ଆଲୋଚନା ବେଳେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଫୋନ ନମ୍ବର ଆଣିଥିଲେ।

Advertisment

ପରବର୍ତ୍ତୀ ଅବସ୍ଥାରେ ସେ ମହିଳାଙ୍କ ଯୋଗାଯୋଗରେ ମଧ୍ୟ ରହିଥିଲେ। ଚଳିତ ସପ୍ତାହରେ ପୃଥକ ପୃଥକ ଭାବେ ଅଭିଯୁକ୍ତ ଓ ପୀଡ଼ିତା ଗୋଆକୁ ବୁଲିବାକୁ ଆସିଥିଲେ। ଅଗଷ୍ଟ ୨୩ରେ ଲକ୍ଷ୍ମଣ ମହିଳାଙ୍କୁ ଫୋନ କରି ସେ ରହୁଥିବା ହୋଟେଲକୁ ବୁଲିବା ପାଇଁ ଆସିବାକୁ ପ୍ରବର୍ତ୍ତାଇ ଥିଲେ।

ପ୍ରଥମେ ମହିଳା ଜଣଙ୍କ ରାଜି ହୋଇ ନଥିଲେ। କିନ୍ତୁ ଲକ୍ଷ୍ମଣ ବାରମ୍ବାର ଅନୁରୋଧ କରିବାରୁ ସେ ହୋଟେଲକୁ ଆସିଥିଲେ। ମହିଳା ଜଣଙ୍କ ସେଠାରେ ପହଞ୍ଚିବା ପରେ ଲକ୍ଷ୍ମଣ ତାଙ୍କୁ ନିଜ ରୁମକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏଥିସହ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇଥିଲେ ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।”

ମହିଳାଙ୍କ ଅଭିଯୋଗ ପରେ ଗୋଆ ପୁଲିସ୍‌ ଗୋଟିଏ ଟିମ ଗଠନ କରି ଲକ୍ଷ୍ମଣଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହାପରେ ତାଙ୍କୁ ମାପୁସା ସହରର ଉପକଣ୍ଠ ଥିଭିମ ଗାଁରୁ ଗିରଫ କରାଯାଇଛି। ପୁଲିସ୍‌ ପକ୍ଷରୁ ପୀଡ଼ିତାଙ୍କ ବୟସ ସାର୍ବଜନୀନ କରାଯାଇନି।

Goa Stop Rape