Advertisment

ସ୍ୱାମୀଙ୍କୁ ପିଟି କଣ୍ଟାବୁଦାକୁ ଫିଙ୍ଗି ଦେଲେ, ସ୍ତ୍ରୀଙ୍କୁ ଦୁଷ୍କର୍ମ କଲେ

ଗତକାଲି ରାତି ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି।

Stop Rape

Rape

Advertisment

ପୁରୀ ଜିଲ୍ଲା ବ୍ରହ୍ମଗିରିର ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି।

Advertisment

ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ ଗତକାଲି ରାତି ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ତ୍ରିନାଥ ବେହେରା ତାଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ଆକ୍ରମଣ କରିଥିଲେ। ତ୍ରିନାଥଙ୍କ ସହିତ ତାଙ୍କର ଜଣେ ସହଯୋଗୀ ବୁଲୁ ବେହେରା ମଧ୍ୟ ଥିଲେ। ସେମାନେ ଦୁହେଁ ମିଶି ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ କଣ୍ଟାବୁଦାରେ ଫିଙ୍ଗି ଦେଇଥିଲେ। ସ୍ୱାମୀଙ୍କ ପାଟି ଶୁଣି ସେ ସେଠାରେ ପହଞ୍ଚିଥିଲେ। ଏହା ପରେ ଉଭୟ ତ୍ରିନାଥ ଓ ବୁଲୁ ତାଙ୍କୁ ପିଟିବା ସହିତ କିଆବୁଦାକୁ ନେଇ ଦୁଷ୍କର୍ମ କରିଥିଲେ।

ଅରଖକୁଦ ମେରାଇନ ଥାନା ଆଇଆଇସି ସସ୍ମିତା ବେହେରା କହିଛନ୍ତି, ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଛି। ତାଙ୍କ ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯିବ। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ସତ ସାମ୍ନାକୁ ଆସିବ।

Advertisment

ବ୍ରହ୍ମଗିରିରୁ ରବି ପୂଜାରୀଙ୍କ ରିପୋର୍ଟ

Rape Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe