Advertisment

ମା’ପୁଅ ମିଶି ବାପାଙ୍କୁ ଛୁରୀ ଭୁସି ମାରିଦେଲେ

ପୁଲିସ ସ୍ତ୍ରୀ ସଂଜୁଲତା ମହଲା ଓ ତାଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
Bhdrak

Bhdrak

Advertisment

ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ମାରିଦେଲେ ମାଆପୁଅ। ଭଦ୍ରକ ଜିଲ୍ଲା ବାଣିତିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁରେଶମହଲା। ପୁଲିସ ସ୍ତ୍ରୀ ସଂଜୁଲତା ମହଲା ଓ ତାଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ସ୍ତ୍ରୀ ସଂଜୁଲତା ଓ ପୁଅକୁ ନେଇ ସୁରେଶ ଗଢ଼ିଥିଲେ ସୁନାର ସଂସାର। ଏହି ସୁନାର ସଂସାର ଉପରେ କାହାର ଯେପରି ନଜର ଲାଗିଯାଇଥିଲା। ଗୋଟିଏ ମିନିଟ୍‌ରେ ସବୁ ଛାରଖାର ହୋଇଯାଇଥିଲା। ନିଜ ସ୍ୱାମୀକୁ ସଂଜୁଲତା ନାବାଳକ ପୁଅ ସହ ମିଶି ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆଜି ଭୋର ସମୟରେ ସୁରେଶ ଘର ଭିତରୁ ଚିତ୍କାର କରି ବାହାରକୁ ଦୌଡି ଆସିଥିଲେ। ପରେ ରାସ୍ତାରେ ପଡି ଯାଇଥିଲେ। ପଡୋଶୀ ତାଙ୍କୁ ପାଟି ଶୁଣି ବାହାରକୁ ଦୌଡ଼ି ଆସିଥିଲେ। ଲୋକେ ତାଙ୍କ ଦେହରେ ଦୁଇଟି କ୍ଷତ ଚିହ୍ନ ଦେଖିଥିଲେ। ପରେ ସୁରେଶଙ୍କର କିଛି ସମୟ ଭିତରେ ସେଠାରେ ମୃତ୍ୟୁ ହୋଇଯାଇଥିଲା। ସୁରେଶଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ମିଶି ମାରିଦେଇଥିବା ଗ୍ରାବମାସୀ ଜାଣିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।

Advertisment

ଏହାସହ ଗ୍ରାମବାସୀ ଉଭୟ ମାଆ ପୁଅକୁ କାବୁ କରି ଗଛରେ ବାନ୍ଧି ମାଡ ମାରି଼ଥିଲେ। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ମାଆ ଓ ପୁଅଙ୍କୁ ହେପାଜତକୁ ନେଇଛି। ଘଟଣାସ୍ଥଳରୁ ଏକ ଶାବଳ ଜବତ କରିଛି ପୁଲିସ୍।

Murder Bhadrak Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe