Crime
ସଞ୍ଜ ବେଳେ ଝୁଲି ପଡ଼ିଲେ ବୋହୂ! ଆଉ ବାପ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ବଙ୍ଗୋମୁଣ୍ଡା ଥାନା ମୁଣ୍ଡପଦର ଗାଁର ଶୁକଦେବ ଦାସଙ୍କ ଝିଅ ସୁନୀତା ୨୦୧୭ ମସିହାରେ ମୁରିବାହାଲ ଥାନା ଟେଙ୍ଗରା ଗ୍ରାମର କୈଳାସ ଦାସଙ୍କୁ ବିବାହ କରିଥିଲେ। ବାହାଘର ପରେ ପରିବାର ଠିକ୍ଠାକ୍ ଚାଲିଥିଲେ। ଉଭୟଙ୍କ ପିଲାଟିଏ ହୋଇଥିଲା। ପରବର୍ତ୍ତୀ ସୟମରେ କୈଳାଶ ଦାନା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି। ଘରେ ପରିବାର ଲୋକଙ୍କ ସହି ରହିଥିଲେ ସୁନୀତା। ଆଜି ଅପରାହ୍ନରେ ଘରେ କେହିନଥିବା ସମୟରେ ସୁନୀତା କପଡାରେ ଝୁଲି ପଡ଼ିଥିଲେ।
ସନ୍ଧ୍ୟା ବେଳେ ଶାଶୁଘର ଲୋକ ଆସି କବାଟ ବାଡ଼େଇଥିଲେ। ହେଲେ ବୋହୂ କବାଟ ଖୋଲିନଥିଲା। ତେବେ ସୁନୀତାଙ୍କ ମୃତଦେହ ଘର ଭିତରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସୁନୀତାଙ୍କ ବାପ ଘର ଲୋକେ ଏପେଇ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ମାଜିଷ୍ଟ୍ରେଟ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Crime_1727362967.jpg)