Advertisment

ପ୍ରେମିକାରୁ ପତ୍ନୀ ହୋଇଥିଲେ; ହେଲେ ଯୌତୁକ ଜୁଇରେ ଜଳିଲେ

ଶାଶୁ ଘରକୁ ଆସିବା ପରେ ସ୍ୱାଗତିକାଙ୍କ ଉପରେ ହୋଇଥିଲା ନିର୍ଯାତନା। ବାପଘରୁ ଯୌତୁକ ଆଣିବା ପାଇଁ କୁହାଯାଇଥିଲା। କିନ୍ତୁ ଏଥିରେ ସ୍ୱାଗତିକା ରାଜି ହେଉନଥିଲେ। ଯେଉଁଥିପାଇଁ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା।

Swagatika

Swagatika

Advertisment

ଯେଉଁ ପ୍ରେମିକଙ୍କ କଥାକୁ ବିଶ୍ୱାସ କରି ଘର ଛାଡ଼ିଥିଲେ ଓ ବିବାହ କରି ସାଂସାର ଗଢ଼ିଥିଲେ, ସିଏ ସାଜିଲା ହତ୍ୟାକାରୀ! ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ! ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

କୁଆଖିଆ ଥାନା ଭୋଟକା ଗାଁର ବ୍ରହ୍ମାନନ୍ଦ ରାଉତଙ୍କ ଝିଅ ସ୍ୱାଗତିକା ରାଉତଙ୍କୁ ଦାନଗଦି ଗ୍ରାମର ଆଦିତ୍ୟ ସାହୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଆଦିତ୍ୟାଙ୍କ ସହିତ ପଳାଇ ଯାଇଥିଲେ ସ୍ୱାଗତିକା। ୨୦୧୯ ମସିହାରେ ଘରୁ ପଳାଇ ଯିବା ପରେ ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ। ପରେ ରେଜିଷ୍ଟ୍ରୀ ମ୍ୟାରେଜ କରିଥିଲେ। ବିବାହ ପରେ ସ୍ୱାଗତିକାଙ୍କୁ ଧରି ନିଜ ଘରକୁ ଫେରିଥିଲେ ଆଦିତ୍ୟ। ସବୁକିଛି ଠିକ୍‌ଠାକ୍‌ ଥିଲା। ଉଭୟଙ୍କ ଔରଷରୁ ୩ ବର୍ଷର ପୁତ୍ରଟିଏ ଅଛି।

ଶାଶୁ ଘରକୁ ଆସିବା ପରେ ସ୍ୱାଗତିକାଙ୍କ ଉପରେ ହୋଇଥିଲା ନିର୍ଯାତନା। ବାପଘରୁ ଯୌତୁକ ଆଣିବା ପାଇଁ କୁହାଯାଇଥିଲା। କିନ୍ତୁ ଏଥିରେ ସ୍ୱାଗତିକା ରାଜି ହେଉନଥିଲେ। ଯେଉଁଥିପାଇଁ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ଯାହାର ହାତ ଧରି ଘର ଛାଡ଼ିଥିଲେ, ମଦ ନିଶାରେ ସିଏ ଦେଉଥିଲେ ନିର୍ଯାତନା। ଯୌତୁକ ଆଣିବା ବାରମ୍ୱାର କହୁଥିଲେ। ଏପରିକି ମାଡ଼ ମାରି ଘରୁ ବାହାର କରିଦେଉଥିଲେ। କିଛି ଉପାୟ ନପାଇ ଛୁଆକୁ ଧରି ବାପଘରକୁ ଯାଇଥିଲେ ସ୍ୱାଗତିକା। ବାପ ଘର ଲୋକେ ବୁଝାସୁଝା କରି ବାରମ୍ୱାର ସ୍ୱାଗତିକାଙ୍କୁ ତାଙ୍କ ଶାଶୁ ଘରେ ଛାଡ଼ି ଆସୁଥିଲେ।

Advertisment

ସବୁଦିନ ପରେ ଗୁରୁବାର ରାତିରେ ସ୍ୱାଗତିକା ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳେ ସେ ଘରୁ ଉଠିନଥିଲେ। ପରିବାର ଲୋକେ ଡାକିଥିଲେ ମଧ୍ୟ ଘର ଭିତରୁ କୌଣସି ଉତ୍ତର ଆସିନଥିଲା। ଶେଷରେ ପରିବାର ଲୋକେ ଏନେଇ ବାପଘର ଲୋକଙ୍କୁ ଖବର ଦେଇଥିଲେ। ବାପଘର ଲୋକଙ୍କ ଉପସ୍ଥିତିରେ କବାଟି ଭାଙ୍ଗିଥିଲେ। ସେତେବେଳେ ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ପରିବାର ଲୋକ। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଯୌତୁକ ପାଇଁ ସ୍ୱାଗତିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଛି।

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe