Advertisment

ମହିଳାଙ୍କ ଠାରୁ ୧୩.୫ କୋଟି ଠକି ନେଇ ଯାଇଛନ୍ତି କି ICICI ବ୍ୟାଙ୍କ ମ୍ୟାନେଜର?

୨୦୧୬ରେ ଶବେତା ଶର୍ମା ତାଙ୍କ ସ୍ୱାମୀଙ୍କ ସହ ଭାରତ ଫେରିଥିଲେ। ଏହାପରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଭେଟିଥିଲେ।

ଅଦ୍ୟତନ ହୋଇଛି
ICICI Bank

ICICI Bank

Advertisment

ଆମେରିକା ରହୁଥିବା ଜଣେ ଭାରତୀୟ ମହିଳା ଆଇସିଆଇସିଆଇ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କ ବିରୋଧରେ ଆଣିଛନ୍ତି ଠକେଇ ଅଭିଯୋଗ। ମହିଳା ଜଣଙ୍କ ୨୦୧୬ରେ ଆମେରିକାରୁ ଭାରତ ଆସିଥିଲେ। ତାଙ୍କ ଠାରୁ ମ୍ୟାନେଜର ଜଣଙ୍କ ୧୩.୫ କୋଟି ଟଙ୍କା ଠକି ନେଇ ଯାଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

Advertisment

ମହିଳା ଜଣଙ୍କ ବିବିସିକୁ କହିଛନ୍ତି ଯେ ଆମେରିକାର ବ୍ୟାଙ୍କ ଆକାଉଣ୍ଟରୁ ସେ ୧୩.୫ କୋଟି ଟଙ୍କା ICICI ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ଫିକ୍ସଡ ଜମା କରିବାକୁ ସେ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ତାଙ୍କର ଆଶା ଥିଲା ଯେ ସେ ଆଗାମୀ ବର୍ଷ ଗୁଡ଼ିକରେ ଏହି ଫିକ୍ସଡ ଜମା ରାଶି ୧୬ କୋଟିରୁ ଅଧିକ ହୋଇ ଯାଇଥିବ।

୨୦୧୬ରେ ଶବେତା ଶର୍ମା ତାଙ୍କ ସ୍ୱାମୀଙ୍କ ସହ ଭାରତ ଫେରିଥିଲେ। ଏହାପରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଭେଟିଥିଲେ। ବ୍ୟାଙ୍କ ମ୍ୟାନେଜର ଜଣଙ୍କ ତାଙ୍କୁ ଫିକ୍ସଡ ଜମା ପାଇଁ କହିଥିଲେ। ଏଥିପାଇଁ ତାଙ୍କୁ ବାର୍ଷିକ ୫.୫%ରୁ ୬% ଯାଏ ସୁଧ ମଧ୍ୟ ମିଳିବ।

Advertisment

ଶ୍ରୀମତୀ ଶର୍ମା କହିଛନ୍ତି, “ସେ ମୋତେ ନକଲି ଷ୍ଟେଟମେଣ୍ଟସ ଦେଇଥିଲେ। ସେ ମୋ ନାଁରେ ନକଲି ଇ-ମେଲ ଆଇଡି ଖୋଲିବା ସହ ବ୍ୟାଙ୍କ ରେକର୍ଡରେ ଭୁଲ ମୋବାଇଲ ନମ୍ବର ଦେଇଥିଲେ। ତେଣୁ ମୁଁ ଟଙ୍କା ଉଠାଣର କୌଣସି ପ୍ରକାରର ନୋଟିଫିକେସନ ପାଉ ନଥିଲି।

୪ ବର୍ଷ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ୨୦୧୯ରୁ ଡିସେମ୍ବର ୨୦୨୩ ମଧ୍ୟରେ ଆମେ ଆମ ଜୀବନର ସବୁ ଆୟ ବ୍ୟାଙ୍କରେ ଜମା କରିଥିଲୁ। ମୋଟ ୧୩.୫ କୋଟି ଟଙ୍କା ଜମା ହୋଇଥିଲା। ସୁଧ ସହ ଏହା ୧୬ କୋଟି ଟଙ୍କାରୁ ଅଧିକ ହେବା କଥା। ବ୍ୟାଙ୍କ ମ୍ୟାନେଜର ଜଣଙ୍କ ଟଙ୍କା ଉଠାଉ ଥିଲେ ମଧ୍ୟ ଆମକୁ କିଛି ଜଣା ନଥିଲା।

ଚଳିତ ବର୍ଷ ଜାନୁଆରୀ ମାସରେ ସେହି ବ୍ୟାଙ୍କର ଆଉ ଜଣେ ଅଧିକାରୀ ଫିକ୍ସଡ ଜମା ପାଇଁ ମୋତେ କହିଥିଲେ। ମୋର ପୂର୍ବରୁ ଫିକ୍ସଡ ଜମା ରହିଥିବା ତାଙ୍କୁ କହିଥିଲି। ସେ ଯାଞ୍ଚ କରିବା ପରେ ମୋ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲି।”

ଅନ୍ୟପକ୍ଷରେ ICICI ବ୍ୟାଙ୍କର ମୁଖପାତ୍ର କହିଛନ୍ତି ଯେ ଅଭିଯୁକ୍ତ ମ୍ୟାନେଜରଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଅଭିଯୋଗର ତଦନ୍ତ କରାଯାଉଛି। ଦିଲ୍ଲୀ ପୁଲିସ୍‌ର EOWରେ ଅଭିଯୋଗ ହୋଇଛି। ପୁଲିସ୍‌ ତଦନ୍ତ ଶେଷ କରିବା ଯାଏ ବ୍ୟାଙ୍କ ଅପେକ୍ଷା କରିଥିବା ମୁଖପାତ୍ର ଜଣଙ୍କ କହିଛନ୍ତି।

ମୁଖପାତ୍ର ଜଣଙ୍କ କହିଛନ୍ତି ଯେ ମହିଳା ଜଣଙ୍କ ଆଣିଥିବା ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ, ତା’ହେଲେ ସୁଧ ସହ ସେ ତାଙ୍କର ସବୁ ଟଙ୍କା ପାଇବେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏବେ ତାଙ୍କୁ ତଦନ୍ତ ଶେଷ ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବ।

Fraud ICICI Bank
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe