Advertisment

ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ସାହାରା ଦେଇ ସାଙ୍ଗର ଝିଅକୁ ଅନେକ ଥର କରିଛନ୍ତି ଦୁଷ୍କର୍ମ

ଅଭିଯୋଗ ଅନୁଯାୟୀ, ୨୦୨୦ରୁ ୨୦୨୧ ମଧ୍ୟରେ ଅଭିଯୁକ୍ତ ନବମ ଶ୍ରେଣୀରେ ପଢୁଥିବା ଝିଅଟିକୁ ଅନେକ ଥର ଦୁଷ୍କର୍ମ କରିଛନ୍ତି।

Rape

Rape

Advertisment

ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ଅଧିକାରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସେ ତାଙ୍କର ଜଣେ ସାଙ୍ଗର ୧୪ ବର୍ଷର ଝିଅକୁ ଅନେକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଆଇପିସିର ଏକାଧିକ ଧାରା ସହିତ ପୋକ୍ସୋ ଆକ୍ଟ ଲଗାଇ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି। ଉକ୍ତ ଅଧିକାରୀଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

Advertisment

ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପଢ଼ୁଛନ୍ତି। ୨୦୨୦ରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ। ଅଭିଯୋଗ ଅନୁଯାୟୀ, ୨୦୨୦ରୁ ୨୦୨୧ ମଧ୍ୟରେ ଅଭିଯୁକ୍ତ ଝିଅଟିକୁ ଅନେକ ଥର ଦୁଷ୍କର୍ମ କରିଛନ୍ତି। ଏପରିକି ନାବାଳିକା ଜଣଙ୍କ ଥରେ ଗର୍ଭବତୀ ହୋଇଥିଲେ। ଅଭିଯୁକ୍ତ ଏ ବିଷୟରେ ତାଙ୍କ ପତ୍ନୀଙ୍କୁ ଜଣାଇଥିଲେ। ତାଙ୍କ ପତ୍ନୀ ତାଙ୍କ ପୁଅ ହାତରେ ଔଷଧ ମଗାଇ ଝିଅଟିର ଗର୍ଭପାତ କରାଇଥିଲେ।

ନାବାଳିକା ଜଣଙ୍କ ଏବେ ଚିକିତ୍ସାଧୀନ ଅଛନ୍ତି। ସେ ସୁସ୍ଥ ହେଲେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ କରାଯିବ। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ଘଟଣା ନେଇ ତଦନ୍ତ ଜାରି ରହିଛି।

Advertisment
Rape Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe