Advertisment

ସାବତ ମା’ର ବର୍ବର କାଣ୍ଡ: ତତଲା ଛୁରୀରେ ଦୁଇ ପିଲାଙ୍କ ଗୁପ୍ତାଙ୍ଗରେ ଦେଉଥିଲା ଚେଙ୍କ

ସାବତ ମା’ ସେମାନଙ୍କୁ ଘର କାମ କରିବାକୁ ବାଧ୍ୟ କରୁଥିଲା। ଘର କାମ ଠିକ ସମୟରେ ନ ସରିଲେ ସେ ଦୁଇ ପିଲାଙ୍କୁ ଉଲଗ୍ନ କରି ସେମାନଙ୍କ ଗୁପ୍ତାଙ୍ଗରେ ଗରମ ଛୁରୀ ଦ୍ୱାରା ଚେଙ୍କ ଦେଉଥିଲା।

Mumbai

Mumbai

Advertisment

ସୀମା ଟପିଲା ସାବତ ମା’ର ବର୍ବରତା। ନିଜର ଦୁଇ ନାବାଳକ ପୁଅଙ୍କୁ ସାବତ ମା’ ଦେଇଛି ଭୟଙ୍କର ନିର୍ଯାତନା। ଶାରିରୀକ ନିର୍ଯାତନା ସହ ଦୁଇ ସାବତ ପୁଅଙ୍କ ଗୁପ୍ତାଙ୍ଗରେ ଦେଉଥିଲା ଗରମ ଛୁରୀରେ ଚେଙ୍କ। ମହାରାଷ୍ଟ୍ରର ବସାଇ ଠାରେ ଥିବା ଘର ଭିତରେ ସାବତ ମା’ ଏପରି କାଣ୍ଡ ଘଟାଇ ଚାଲିଥିଲା। ଗୁରୁବାର ଏନେଇ ଦୁଇ ପିଲାଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ୍‌ ସାବତ ମା’କୁ ଗିରଫ କରିଛି।

Advertisment

ନିର୍ଯାତନାର ଶିକାର ହୋଇ ଥିବା ଦୁଇ ପିଲାଙ୍କ ବୟସ ୭ ଓ ୮ ବର୍ଷ। ଏମାନଙ୍କ ବାପା ମା’ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଛି। ତେଣୁ ସେମାନେ ମା’ ବଦଳରେ ବାପାଙ୍କ ପାଖରେ ରହୁଥିଲେ। ଗତବର୍ଷ ଏମାନଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀ ବ୍ୟକ୍ତିଙ୍କ ସମ୍ପର୍କରେ ସବୁ କିଛି ଜାଣିଥିଲା। ପ୍ରଥମ ବାହାଘର ଠାରୁ ଆରମ୍ଭ କରି ଦୁଇ ପିଲାଙ୍କ ସମ୍ପର୍କରେ ଜାଣି ମଧ୍ୟ ସେ ଉକ୍ତ ବ୍ୟକ୍ତିଙ୍କୁ ବିବାହ କରିଥିଲା।

ବାହାଘର ପର ଠାରୁ ସାବତ ମା’ ଦୁଇ ପିଲାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା। କିନ୍ତୁ ଜୁନ ମାସରୁ ନିର୍ଯାତନା ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଥିଲା। ଦୁଇ ପିଲାଙ୍କ ବାପା କୋରିୟର ବ୍ୟବସାୟ କରନ୍ତି। ସେ ବିଭିନ୍ନ କାମରେ ନିୟମିତ ବାହାରକୁ ଯାଆନ୍ତି। ବାପା ଭାବୁଥିଲେ ଯେ ତାଙ୍କ ଦୁଇ ପୁଅଙ୍କ କଥା ସାବତ ମା’ ବୁଝନ୍ତି। ହେଲେ ମା’ ଜଣଙ୍କ ବାପାଙ୍କ ଅନୁପସ୍ଥିତିରେ ଦୁଇ ପିଲାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲା।

Advertisment

କିଛି ଦିନ ତଳେ ବାପା ଜଣଙ୍କ ଘରେ ରହିବା ସହ ଦୁଇ ପିଲାଙ୍କ ସହ ସମୟ ବିତାଇଥିଲେ। ଏହି ସମୟରେ ସେ ଦେଖିବାକୁ ପାଇଲେ ଯେ ଦୁଇ ପିଲାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି। ସେମାନଙ୍କ ଶରୀରରେ ମଧ୍ୟ ଏକାଧିକ କ୍ଷତ ଚିହ୍ନ ରହିଛି। ସେ ଏହାର କାରଣ ଜାଣିବାକୁ ଚେଷ୍ଟା କରିବାରୁ ଦୁଇ ଭାଇ ଶାରିରୀକ ନିର୍ଯାତନା କଥା କହିଥିଲେ।

ଦୁଇ ପିଲାଙ୍କ କହିବା କଥା ଯେ ମହିଳା ଜଣକ ବାହା ହୋଇ ଆସିବା ଦିନ ଠାରୁ ସେମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା। ଜୁନ ମାସରୁ ଏହା ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଥିଲା। ସାବତ ମା’ ସେମାନଙ୍କୁ ଘର କାମ କରିବାକୁ ବାଧ୍ୟ କରୁଥିଲା। ଘର କାମ ଠିକ ସମୟରେ ନ ସରିଲେ ସେ ଦୁଇ ପିଲାଙ୍କୁ ଉଲଗ୍ନ କରି ସେମାନଙ୍କ ଗୁପ୍ତାଙ୍ଗରେ ଗରମ ଛୁରୀ ଦ୍ୱାରା ଚେଙ୍କ ଦେଉଥିଲା।

ଦୁଇ ଭାଇ ସେମାନଙ୍କ ବାପାଙ୍କୁ କହିଛନ୍ତି ଯେ ସାବତ ମା’ ଉଭୟଙ୍କୁ ଘର ଓଳାଇବା, ପୋଛା ମାରିବା, ପାଇଖାନା ଓ କପଡ଼ା ସଫା କରିବା ଆଦି କାମରେ ନିୟୋଜିତ କରୁଥିଲା।

ଦୁଇ ପୁଅଙ୍କ ଠାରୁ ଏକଥା ଶୁଣିବା ପରେ ବାପା ଜଣଙ୍କ ସିଧା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ପୁଲିସ ଅଭିଯୋଗ ପାଇବା ପରେ ୨୭ ବର୍ଷୀୟ ସାବତ ମା’ଙ୍କୁ ଜୁଭେନାଇଲ ଜଷ୍ଟିସ ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିଛି।

Mumbai Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe