Advertisment

ବୟଫ୍ରେଣ୍ଡଙ୍କ କଥାରେ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଇଦେଲେ ଯୁବତୀ, ବନ୍ଧା ହେଲେ

ବୟଫ୍ରେଣ୍ଡଙ୍କ କଥାରେ ପଡ଼ି ନିଜ ରୁମ୍‌ମେଟ୍‌ଙ୍କୁ ଟାର୍ଗେଟ କଲେ ଯୁବତୀ। ଏପରିକି ସେମାନଙ୍କ ଅଶ୍ଳୀଳ ଫଟୋ ଉଠାଇ ସେଥିରୁ ଟଙ୍କା ରୋଜଗାର କରିବାକୁ ବି ଯୋଜନା କଲେ।

Arrest

Arrest

Advertisment

ବୟଫ୍ରେଣ୍ଡଙ୍କ କଥାରେ ପଡ଼ି ନିଜ ରୁମ୍‌ମେଟ୍‌ଙ୍କୁ ଟାର୍ଗେଟ କଲେ ଯୁବତୀ। ଏପରିକି ସେମାନଙ୍କ ଅଶ୍ଳୀଳ ଫଟୋ ଉଠାଇ ସେଥିରୁ ଟଙ୍କା ରୋଜଗାର କରିବାକୁ ବି ଯୋଜନା କଲେ। ଯୋଜନା ମୁତାବକ ବାଥ୍‌ରୁମ୍‌ରେ କ୍ୟାମେରା ଖଞ୍ଜିଲେ। ହେଲେ ନିଜ ଯୋଜନାରେ ସଫଳ ହେବା ପୂର୍ବରୁ ଉଭୟ ପ୍ରେମୀ ଯୁଗଳଙ୍କୁ ବାନ୍ଧିଲା ପୁଲିସ୍‌। ଏପରି ଏକ ଘଟଣା ଛତିଶଗଡ଼ରେ ଘଟିଛି।

Advertisment

'The Kerala Story' ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ଯୁବତୀଜଣକ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି। ପୁଲିସ୍‌ ୱେବ କ୍ୟାମେରା ସହ ଯୁବତୀଙ୍କ ଫୋନ୍‌ ଜବତ ହୋଇଛି। ଅଭିଯୁକ୍ତା ଯୁବତୀଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାଯାଇଛି।

ଯୁବତୀଜଣକ ୪ ଯୁବତୀଙ୍କ ସହ ଏକ ରୁମ୍‌ରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ବାଥ୍‌ରୁମ୍‌ରେ ଏକ କ୍ୟାମେରା ଲାଗିଥିବା ଦେଖି ଘର ମାଲିକ ଓ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୱେବ କ୍ୟାମେରାକୁ ଜବତ କରିଛି। ଏଥିସହ ପଚରାଉଚରା ବେଳେ ଅଭିଯୁକ୍ତା ଯୁବତୀଙ୍କ ଫୋନ ସହ ଉକ୍ତ କ୍ୟାମେରା ସଂଯୋଗ ହୋଇଥିବା ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ତୁରନ୍ତ ଯୁବତୀଙ୍କ ମୋବାଇଲକୁ ଜବତ କରି ଫରେନସିକ୍‌ ଟେଷ୍ଟ ପାଇଁ ପଠାଇଛି।

Advertisment

ଏଥିସହ ପଚରାଉଚରାରୁ ଯୁବତୀଜଣକ 'The Kerala Story' ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ଟଙ୍କା ରୋଜଗାର କରିବାକୁ ଏପରି କରିଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି। ପୁଲିସ୍‌ ଯୁବତୀଙ୍କ ସମେତ ତାଙ୍କ ବୟଫ୍ରେଣ୍ଡକୁ ବି ବାନ୍ଧିଛି।

Chhatisgarh Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe