ଅଦ୍ୟତନ ହୋଇଛି
Murder
Advertisment
ଟାଙ୍ଗିଆରେ ହାଣି ଜନ୍ମ କଲା ମା'କୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କୁନ୍ତଳା କିଷାନ। ପୁଲିସ ପୁଅ ସୁରେଶ କିଷାନକୁ ଅଟକ ରଖି ପଚରାଉଚରା କରୁଛି।
Advertisment
ଗତକାଲି ରାତିରେ କୁନ୍ତଳାଙ୍କ ସହ ସୁରେଶଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ କୁନ୍ତଳା ଖାଇପିଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କୁନ୍ତଳା ଶୋଇଥିବା ଅବସ୍ଥାରେ ସୁରେଶ ଏକ ଟାଙ୍ଗିଆ ଆଣି ହତ୍ୟା କରିଥିଲେ।
ଏହି ଘଟଣା ସଂପର୍କରେ ଜାଣିପାରି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us