/odisha-reporter/media/post_attachments/uploadimage/library/16_9/16_9_0/Puja_Patra_1755416738.jpg)
Puja Patra
ଢେଙ୍କାନାଳ ସଦର ଥାନା ଗଙ୍ଗାଧର ପ୍ରସାଦ ଗାଁରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି।
ମୃତ ମହିଳାଙ୍କ ନାଁ ପୂଜା ପାତ୍ର। ତାଙ୍କୁ ୨୫ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ନାଁ ରଶ୍ମିତ ପାତ୍ର।
କଟକ ମାଣିଆବନ୍ଧ ଥାନା କସିକିଆରୀ ଗାଁର କେଶବ ଦାସଙ୍କ ଝିଅ ପୂଜା ୭ ବର୍ଷ ତଳେ ରଶ୍ମିତ ପାତ୍ରଙ୍କୁ ବିବାହ କରିଥିଲେ। ରଶ୍ମିତ ଜଣେ ଅଟୋ ଡ୍ରାଇଭର।
ପୂଜାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ଯୌତୁକ ପାଇଁ ସେମାନଙ୍କ ଝିଅକୁ ନିର୍ଯାତନା ଦିଆଯାଉଥିଲା। ବାପଘରୁ ଟଙ୍କା ଆଣିବାକୁ କହି ବାରମ୍ବାର ମାଡ଼ ମାରୁଥିଲେ ଶାଶୁ ଘର ଲୋକେ।
ପୂଜାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଘରର ଅନ୍ୟ ସଦସ୍ୟମାନେ ନିର୍ଯାତନା ଦେଇଆସୁଥିଲେ ବୋଲି ଅଭିଯୋଗ ହୋଇଛି।
ଆଜି ପୂଜାଙ୍କ ମୃତ୍ୟୁ ଖବର ପାଇ ବାପ ଘର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ପରେ ଥାନାରେ ଏତଲା ଦେଇଥିଲେ।
ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହିତ ପୂଜାଙ୍କ ସ୍ୱାମୀ ରଶ୍ମିତଙ୍କୁ ଅଟକ ରଖି ପଚରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
