Advertisment

ଇଞ୍ଜିନିୟର ସ୍ୱାମୀଙ୍କୁ ଜୋତାରେ ବାଡେଇଲେ ସ୍ତ୍ରୀ

ସ୍ୱାମୀଙ୍କ କାର୍ଯ୍ୟାଳୟକୁ ଯାଇ ସ୍ୱାମୀକୁ ଜୋତାରେ ମାରିଲେ ସ୍ତ୍ରୀ। ପରକିୟା ପ୍ରୀତି ଅଭିଯୋଗ କରି ନେଲେ ଏପରି ପଦକ୍ଷେପ।

author-image
Debibandita Barick
Woman beats engineer husband with slippers

Woman beats engineer husband with slippers

ସ୍ୱାମୀଙ୍କ କାର୍ଯ୍ୟାଳୟକୁ ଯାଇ ସ୍ୱାମୀକୁ ମାରିଲେ ସ୍ତ୍ରୀ। କେବଳ ମାରିଲେନି, ଜୋତାରେ ଗୋଡାଇ ଗୋଡାଇ ମାଡ ମାରିବାର ଭିଡିଓ ଭାଇରାଲ୍ ହେଉଛି। ସହକର୍ମୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରି ଏପରି ପଦକ୍ଷେପ ନେଇଛନ୍ତି ମହିଳା ଜଣକ। ବିହାରର ଔରଙ୍ଗାବାଦରେ ଦେଖିବାକୁ ମିଳିଛି ଏପରି ଘଟଣା।

Advertisment

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ କାର୍ଯ୍ୟାଳକୁ ଯାଇଥିଲେ। ତାଙ୍କୁ ଦେଖି ତାଙ୍କ ସ୍ୱାମୀ ଦୌଡି ପଳାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କ ଉପରକୁ ଚପଲ ଛାଟୁଛନ୍ତି। ଏଥିସହ ସେ ତାଙ୍କ ସ୍ୱାମୀଙ୍କୁ ଗୋଡାଇବା ସମୟରେ ଟଙ୍କା କାହିଁକି ଦେଉନାହଁ ବୋଲି କହୁଥିବା ଶୁଣିବାକୁ ମିଳୁଛି। ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ।

ଘଟଣା ବାବଦରେ ମହିଳା ଜଣକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗତ ବର୍ଷ ଠାରୁ ସେ ତାଙ୍କ ବାପଘରେ ରହି ଆସୁଛନ୍ତି। କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ କିମ୍ୱା ତାଙ୍କ ପିଲାଙ୍କ ଖର୍ଚ୍ଚ ବହନ କରୁନାହାନ୍ତି। ଯେତକ ଟଙ୍କା ଅନୈତିକ ସମ୍ପର୍କ ରଖିଥିବା ମହିଳାଙ୍କ ବାବଦରେ ଖର୍ଚ୍ଚ କରୁଥିବା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଇଞ୍ଜିନିୟଙ୍କ ବିରୁଦ୍ଧରେ ତାଙ୍କ ଝିଅ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ବାପା ତାଙ୍କୁ ଖରାପ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। 

Advertisment
Woman Beats Engineer Husband Woman Beats Husband