Advertisment

ଡ୍ରେନ ବିବାଦରୁ ଗଣ୍ଡଗୋଳ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ଯୁବକ

ମୃତ ବିମଳା ଦେବୀଙ୍କ ସ୍ୱାମୀ ମନୋଜ କୁମାର ସିଂହ ଜଣେ ସରକାରୀ ସ୍କୁଲର ଶିକ୍ଷକ। ଆକ୍ରମଣରେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି।

Jharkhand

Jharkhand

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଗୋଟିଏ ଡ୍ରେନକୁ ନେଇ ଲାଗି ରହିଥିବା ବିବାଦ ଭୟଙ୍କର ରୂପ ନେଇଛି। ଏହି ବିବାଦକୁ କେନ୍ଦ୍ର କରି ଜଣେ ୨୫ ବର୍ଷୀୟ ଯୁବକ ନିଜର ପଡ଼ୋଶୀ ଭାବେ ରହୁଥିବା ସ୍ୱାମୀ-ସ୍ତ୍ରୀଙ୍କ ଉପରେ ଖଣ୍ଡାରେ କରିଛି ଆକ୍ରମଣ। ସେ ୫୦ ବର୍ଷୀୟ ମହିଳାଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିବା ବେଳେ ଆକ୍ରମଣରେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଡ୍ରେନ ପାଣି ରାସ୍ତାରେ ପ୍ରବାହିତ ହେବା ଘଟଣାକୁ କେନ୍ଦ୍ର କରି ଏପରି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି।

Advertisment

ଝାରଖଣ୍ଡର ଡୁମକା ଜିଲ୍ଲା ଅନ୍ତର୍ଗତ କେୱାତ ପାରା ମହଲାରେ ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଫୁଲଚାନ୍ଦ ଓରଫ ଛୋଟୁ ଜଣେ ପୁଲିସ ଅଧିକାରୀଙ୍କ ପୁଅ। ମୃତକ ଜଣଙ୍କ ହେଲେ ଛୋଟୁର ପଡ଼ୋଶୀ ୫୦ ବର୍ଷୀୟ ବିମଳା ଦେବୀ। ପରିବାର ଲୋକଙ୍କ କହିବା କଥା ଯେ ଛୋଟୁ ଘରର ଡ୍ରେନ ପାଣିକୁ ସେମାନେ ରାସ୍ତାକୁ ଛାଡ଼ୁଥିବାରୁ ପଡ଼ୋଶୀ ଭାବେ ବିମଳା ଦେବୀ ଏହାକୁ ବିରୋଧ କରୁଥିଲେ।

ଏହାକୁ ନେଇ ବୁଧବାର ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଛୋଟୁ ନିଜ ଘର ଭିତରେ ରଖିଥିବା ଖଣ୍ଡାକୁ ଆଣି ବିମଳା ଦେବୀ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲା। ବିମଳା ଦେବୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଟାଉନ ପୁଲିସ୍‌ ଷ୍ଟେସନର ଅଫିସର ନନ୍ଦକିଶୋର ପ୍ରସାଦ କହିଛନ୍ତି, ଅଭିଯୁକ୍ତ ଛୋଟକୁ ଗିରଫ କରାଯାଇଛି। ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଜବତ କରାଯାଇଛି। ମୁଣ୍ଡ ଓ ଗଣ୍ଡିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ମୃତ ବିମଳା ଦେବୀଙ୍କ ସ୍ୱାମୀ ମନୋଜ କୁମାର ସିଂହ ଜଣେ ସରକାରୀ ସ୍କୁଲର ଶିକ୍ଷକ। ଆକ୍ରମଣରେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ଫୁଲ ଝାନୋ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ବିମଳନା ଦେବୀଙ୍କ ଝିଅ ଜୁହି କୁମାରୀ କହିଛନ୍ତି, ଅଭିଯୁକ୍ତ ଛୋଟୁ ଖଣ୍ଡାରେ ତାଙ୍କ ମା’ଙ୍କ ବେକକୁ ପଛ ପଟୁ ଆକ୍ରମଣ କରିବାରୁ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା। ମା’ଙ୍କୁ ରକ୍ଷା କରିବାକୁ ଯାଇ ବାପା ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଛୋଟୁର ବାପା ଜଣେ ଏଏସଆଇ। ବର୍ତ୍ତମାନ ସେ ହଜାରିବାଗରେ କାମ କରୁଛନ୍ତି। ତାଙ୍କ ପରିବାର ଲୋକ କେୱାତ ପାରା ମହଲାରେ ରହୁଛନ୍ତି।

Crime Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe