Advertisment

ବିଚ୍‌ ରାସ୍ତାରେ ପିଟିଲେ ଶଳା, ମେଡିକାଲରେ ଆଖି ବୁଜିଲେ ଭିଣୋଇ

ମଦ୍ୟପ ସ୍ୱାମୀର ମାରପିଟ୍‌ରେ ଅତିଷ୍ଠ ହେବା ପରେ ପତ୍ନୀଜଣକ ନେଲେ ଚରମ ପଦକ୍ଷେପ । ନିଜ ଭାଇମାନଙ୍କୁ ଡକାଇ ସ୍ୱାମୀଙ୍କୁ ନିର୍ଧୂମ ପିଟିଲେ।

Attack

Attack

Advertisment

ପତିପତ୍ନୀ କଳହ ନେଲା ସାଂଘାତିକ ରୂପ । ମଦ୍ୟପ ସ୍ୱାମୀର ମାରପିଟ୍‌ରେ ଅତିଷ୍ଠ ହେବା ପରେ ପତ୍ନୀଜଣକ ନେଲେ ଚରମ ପଦକ୍ଷେପ । ନିଜ ଭାଇମାନଙ୍କୁ ଡକାଇ ସ୍ୱାମୀଙ୍କୁ ନିର୍ଧୂମ ପିଟିଲେ। ଏଥିରେ ଗୁରୁତର ବ୍ୟକ୍ତିଜଣକ ୧୫ ଦିନ ହସ୍ପିଟାଲ ବେଡରେ ପଡ଼ିବା ପରେ ଶେଷରେ ଆଖି ବୁଜିଛନ୍ତି। ଫଳରେ ଶଳାଙ୍କ ଆକ୍ରମଣରେ ଭିଣୋଇ ଆଖି ବୁଜିବା ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏପରି ଏକ ଅମାନବୀୟ କାଣ୍ଡ ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ରାକେଶ ନିଜ ପତ୍ନୀ ଜ୍ୟୋତିଙ୍କ ସହ ରହୁଥିଲେ। ରାକେଶ ସବୁବେଳେ ନିଶାସକ୍ତ ରହୁଥିବା ବେଳେ ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏପରିକି ରାକେଶ ବହୁ ସମୟରେ ଜ୍ୟୋତିଙ୍କୁ ମାରପିଟ କରୁଥିଲେ।

ଏଥିରେ ଅତିଷ୍ଠ ଜ୍ୟୋତି ନିଜ ସ୍ୱାମୀଙ୍କୁ ପାନେ ଦେବାକୁ ନିଜ ଭାଇମାନଙ୍କୁ ଦିଲ୍ଲୀ ଡାକିଦେଲେ। ଭଉଣୀ କଥା ଶୁଣି ଜ୍ୟୋତିଙ୍କ ଦୁଇ ଭାଇ ସମେତ ସେମାନଙ୍କ ଜଣେ ସାଙ୍ଗ ବି ଦିଲ୍ଲୀରେ ପହଞ୍ଚିଥିଲେ। 

Advertisment

ସମସ୍ତେ ମିଳିତ ଭାବେ ଗତ ୨୯ ତାରିଖରେ ବିଚ୍‌ ରାସ୍ତାରେ ରାକେଶଙ୍କୁ ପ୍ରବଳ ପିଟିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାର ସିସିଟିଭି ଏବେ ଭାଇରାଲ ହେବାରେ ଲାଗିଛି । ସେଠାରେ ୧୫ ଦିନ କାଳ ଚିକିତ୍ସିତ ହେବା ପରେ ଶେଷରେ ରାକେଶ ଆଖି ବୁଜିଛନ୍ତି।

ରାକେଶକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିରେ କାହାକୁ ଗିରଫ କରାଯାଇନି।

Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe