Advertisment

‘ସହମତି ଭିତ୍ତିକ ଶାରୀରିକ ସମ୍ପର୍କର ୬ ବର୍ଷ ପରେ ଯୁବତୀ ଆଣି ପାରିବେନି ବଳାତ୍କାର ଅଭିଯୋଗ’

ପ୍ରେମିକ ଜଣକ ବିବାହ ପ୍ରତିଶ୍ରୁତିରୁ ଓହରି ଯିବାରୁ ପ୍ରେମିକା କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଣିଥିଲେ ବଳାତ୍କାର ଅଭିଯୋଗ ।

author-image
Niharika Rout
ଅଦ୍ୟତନ ହୋଇଛି
Lovers

Lovers

ଆପୋଷ ସହମତିରେ ଦୀର୍ଘ ୬ ବର୍ଷ କାଳ ରହିଲା ଶାରୀରିକ ସମ୍ପର୍କ। ହେଲେ ଏହା ପରେ ସମ୍ପର୍କରେ ଦେଖାଦେଲା ଫାଟ। ପ୍ରେମିକ ଜଣକ ବିବାହ ପ୍ରତିଶ୍ରୁତିରୁ ଓହରି ଯିବାରୁ ପ୍ରେମିକା କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଣିଥିଲେ ବଳାତ୍କାର ଅଭିଯୋଗ। ହେଲେ ପରସ୍ପର ସହମତିରେ ଦୀର୍ଘ ୬ ବର୍ଷ କାଳ ଚାଲିଥିବା ଶାରୀରିକ ସମ୍ପର୍କ ବଳାତ୍କାରରେ ପରିବର୍ତ୍ତନ ହୋଇ ପାରିବନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଏପରିକି ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କ ବିରୋଧରେ ଜଣେ ମହିଳା ଆଣିଥିବା ୨ଟି ଅପରାଧିକ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। 

Advertisment

ଏହାର ଶୁଣାଣି କରି ବିଚାରପତି କହିଛନ୍ତି, ଯୁବକଯୁବତୀ ଦ୍ୱୟ ଦୀର୍ଘ ୬ ବର୍ଷ କାଳ ପରସ୍ପରକୁ ଜାଣିବା ସହ ପରସ୍ପରର ନିକଟତର ହେଲେ। ଏହାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହେଲା। ହେଲେ ଏବେ ତାହା ବଳାତ୍କାର ଅଭିଯୋଗରେ ପରିଣର ହୋଇପାରିବନି।

ବେଙ୍ଗାଲୁରୁର ଯୁବକ ଓ ଯୁବତୀଙ୍କ ମଧ୍ୟରେ ୨୦୧୩ ମସିହାରେ ଫେସ୍‌ବୁକ୍‌ରେ ପରିଚୟ ହୋଇଥିଲା। ଏହାପରେ ଉଭୟ ପରସ୍ପରର ବନ୍ଧୁ ହେବା ସହ ପରସ୍ପରର ପ୍ରେମରେ ପଡ଼ିଲେ। ବିବାହର ପ୍ରତିଶ୍ରୁତି ଦେଇ ବର୍ଷେ କି ଦୁଇ ବର୍ଷ ନୁହେଁ ନୁହେଁ, ୬ ବର୍ଷ କାଳ ସେମାନେ ପରସ୍ପର ସହ ଶାରୀରିକ ସମ୍ପର୍କ ରଖିଲେ। ଉଭୟ ପାଖାପାଖି ରହୁଥିବାରୁ ଯୁବତୀ ଜଣକ ଅଧିକାଂଶ ସମୟ ଯୁବକଙ୍କ ନିକଟକୁ ଯାଉଥିଲେ। ମାତ୍ର ୬ ବର୍ଷ ପରେ ଯୁବକଜଣକ ବିବାହ ପାଇଁ ଆଉ ଧରାଛୁଆଁ ଦେଲେ ନାହିଁ।

Advertisment

ଏହାପରେ ଯୁବତୀ ଜଣକ ୨୦୨୧ ମାର୍ଚ୍ଚ ୮ ତାରିଖରେ ଇନ୍ଦିରା ନଗର ପୁଲିସ୍‌ ଷ୍ଟେଶନରେ ପ୍ରେମରେ ପ୍ରତାରିତା ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କଲେ। ଏହି ମାମଲାରେ ଯୁବକ ଜଣକ ଗିରଫ ହୋଇ ଜାମିନ୍‌ରେ ମୁକୁଳି ଦେବନଗର ପଳାଇଥିବା ବେଳେ ସେଠାରେ ଜଣେ ଯୁବତୀଙ୍କ ସହ ରହୁଥିଲେ। ଏହା ଜାଣିପାରି ପୂର୍ବତନ ପ୍ରେମିକା ଜଣକ ସେଠାକୁ ଯାଇ ନିଜ ପ୍ରେମିକ ଓ ତାଙ୍କ ମହିଳା ବନ୍ଧୁଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ।

ଯୁବକ ଜଣକ ଏହି ମାମଲାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେ ନିଜ ଆବେଦନରେ ଦର୍ଶାଇଥିଲେ, ସୋଶାଲ ମିଡିଆରେ ଯୁବକମାନଙ୍କୁ ନିଜ ପ୍ରେମ ଫାଶରେ ଫସାଇ ବ୍ଲାକମେଲ୍‌ କରି ଟଙ୍କା ଆଦାୟ କରିବା ସମ୍ପୃକ୍ତ ଯୁବତୀଙ୍କ କାମ ଓ ନିଶା। ଏପରିକି ଯୁବତୀଙ୍କ ଧମକ କହିବାନୁଯାୟୀ କାମ ନ କଲେ ସେମାନଙ୍କ ନାମରେ ମାମଲା ରୁଜୁ କରିବାକୁ ବି ସେ ପଛାଉ ନାହାନ୍ତି। ଯୁବକ କୋର୍ଟଙ୍କୁ କହିଛନ୍ତି ଯେ ଯୁବତୀ ଜଣକ ବେଙ୍ଗାଲୁରୁର ଏୟାରପୋର୍ଟ ଥାନାରେ ଅନ୍ୟ ଜଣେ ଯୁବକଙ୍କ ନାଁରେ ବି ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ଅଭିଯୋଗ ଆଣି ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ କୋର୍ଟ ସମ୍ପୃକ୍ତ ଯୁବକଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରି ନ ଥିବା ଜଣାଯାଇଛି।

Karnataka Judgement