Advertisment

ମହିଳା କରୁଥିଲେ ଗଞ୍ଜେଇ ଚାଲାଣ, ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ୍

କାର୍‌ ରଖି ଡ୍ରାଇଭର ଫେରାର ହୋଇଯାଇଥିଲେ, କିନ୍ତୁ ମହିଳା ଜଣଙ୍କ ପୁଲିସ୍ ହାତରେ ଧରାପଡ଼ିଥିଲେ।

Car

Car

Advertisment

ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ତାଙ୍କ ଠାରୁ ଗଞ୍ଜେଇ ଜବତ କରାଯାଇଛି। ଗିରଫ ମହିଳାଙ୍କ ନାଁ ସାଇବାଣୀ କହଁର। ତାଙ୍କ ଘର ଫୁଲବାଣୀ ଥାନା ଗଉଡ଼ପଡ଼ା ଗାଁରେ।

Advertisment

ଜଣେ ମହିଳା ତାଙ୍କ କାରରେ ଗଞ୍ଜେଇ ନେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବାଣୀଗୋଛା ଥାନା ପୁଲିସ୍‌। ପୁଲିସ୍ କାର୍‌ଟିକୁ ଅଟକାଇବାକୁ ପ୍ରୟାସ କରିଥିଲା। ତେବେ କାର୍‌ଟି ଫେରାର ହୋଇଯାଇଥିଲା। ପୁଲିସ୍ ଟିମ୍ କାର୍‌ଟିକୁ ପିଛା କରିଥିଲା।

ବାଣୀବିରି ଗାଁ ଭିତରେ କାର୍‌ଟିକୁ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ। କିନ୍ତୁ ସାଇବାଣୀ କହଁର ଫେରାର ହୋଇପାରି ନଥିଲେ। ପୁଲିସ୍ ତାଙ୍କୁ ଧରିବାରେ ସଫଳ ହୋଇଥିଲା। କାର୍‌ଟିକୁ ଯାଞ୍ଚ କରିବା ବେଳେ ସେଥିରେ ଗୋଟିଏ ବସ୍ତାରେ ଓ ତିନିଟି ବ୍ୟାଗରେ ଗଞ୍ଚେଇ ଥିବା ଦେଖିବାକୁ ପାଇଥିଲା ପୁଲିସ୍ ଟିମ୍। ଏହା ପରେ ତାଙ୍କୁ ଥାନାକୁ ନେବା ସହିତ ଗାଡ଼ିଟିକୁ ଜବତ କରିଥିଲା ପୁଲିସ୍।

Advertisment

ଦଶପଲ୍ଲାରୁ ସଞ୍ଜୀବ ସାହୁଙ୍କ ରିପୋର୍ଟ

Ganja Seized Ganja Mafia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe