Advertisment

ସେକ୍ସ ବେଳେ କାହିଁକି ବ୍ୟକ୍ତିଙ୍କୁ ତଣ୍ଟି ଚିପି ହତ୍ୟା କଲେ ମହିଳା?

ଇକବାଲ ତାଙ୍କୁ ବାରମ୍ବାର ବ୍ଲାକମେଲ କରି ସେକ୍ସ କରିବାକୁ ବାଧ୍ୟ କରୁଥିଲେ। ଏଥିରେ ବିରକ୍ତ ହୋଇ ସେ ତାଙ୍କୁ ମାରି ଦେଇଛନ୍ତି।

Sex

Sex

Advertisment

ସେକ୍ସ ବେଳେ ଜଘନ୍ୟକାଣ୍ଡ ଘଟାଇଛନ୍ତି ଜଣେ ୩୨ ବର୍ଷୀୟ ମହିଳା। ତାଙ୍କ ସହ ସେକ୍ସ କରୁଥିବା ଇକବାଲ ନାମକ ଜଣେ ବ୍ୟକ୍ତିଙ୍କୁ ସେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ବରେଲୀରେ ଏପରି ଘଟଣା ଘଟିଥିବା ବେଳେ ମହିଳା ଜଣଙ୍କ ଦେଇଥିବା ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମହିଳା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ଇକବାଲ ତାଙ୍କୁ ବାରମ୍ବାର ବ୍ଲାକମେଲ କରି ସେକ୍ସ କରିବାକୁ ବାଧ୍ୟ କରୁଥିଲେ। ଏଥିରେ ବିରକ୍ତ ହୋଇ ସେ ତାଙ୍କୁ ମାରି ଦେଇଛନ୍ତି। ଦୁଇ ଦିନ ତଳେ ଇକାବଲଙ୍କ ମୃତଦେହ ତାଙ୍କ ଘର ପାଖରୁ ମିଳିଥିଲା। ରବିବାର ପୁଲିସ୍ ୩୨ ବର୍ଷୀୟ ମହିଳାଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

କ’ଣ ଥିଲା ପୂରା ଘଟଣା?

ଇକବାଲ କପଡ଼ାରେ ଲାଗୁଥିବା ଜରି ସିଲାଇ କାମ କରନ୍ତି। ସେ କପଡ଼ାରେ ଜରି ଲଗାଇବା କାମରେ ମହିଳା ଜଣଙ୍କ ରହୁଥିବା ଗାଁରେ ପହଞ୍ଚିଥିଲେ। ପ୍ରଥମେ ମହିଳା ଜଣଙ୍କ ଇକବାଲଙ୍କୁ ନିଜ କପଡ଼ାରେ ଜରି ଲଗାଇବା ପାଇଁ ଦେଇଥିଲେ। ସେ ପ୍ରାୟତଃ ଗାଁକୁ ଆସୁଥିବାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା। ଏହାପରେ ସେମାନେ ନିଜର ନମ୍ବର ପରସ୍ପର ସହ ଶେୟାର କରିଥିଲେ। କପଡ଼ା ସିଲାଇ ବାହାନାରେ ଆରମ୍ଭ ହୋଇଥିବା କଥାବାର୍ତ୍ତା ସାମାନ୍ୟ ଆଗକୁ ବଢ଼ି ଯାଇଥିଲା। ଉଭୟ ପରସ୍ପର ପ୍ରତି ଆକୃଷ୍ଟ ମଧ୍ୟ ହୋଇଯାଇଥିଲେ। ଫୋନରେ ସେମାନେ ରୋମାଣ୍ଟିକ କଥା ମଧ୍ୟ ହେଉଥିଲେ। ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ଇକବାଲ।

ଗୋଟିଏ ଦିନ ଇକବାଲ ଉକ୍ତ ମହିଳାଙ୍କୁ ନିଜ ଘରକୁ କପଡ଼ାରେ ଜରି ଲଗାଇବା ନାଁରେ ଡାକିଥିଲେ। ମହିଳା ଜଣଙ୍କ ମଧ୍ୟ ସିଧା ସେଠାରେ ପହଞ୍ଚି ଯାଇଥିଲେ। ବାସ୍‌ ଏହି ସମୟରେ ଇକବାଲ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ମହିଳା ଜଣଙ୍କ ରାଜି ହୋଇ ନଥିଲେ। ଏଥିସହ ଘଟଣା ସମ୍ପର୍କରେ ସେ ତାଙ୍କ ସ୍ୱାମୀଙ୍କୁ ସବୁ କହି ଦେବେ ବୋଲି ଧମକ ଦେଇଥିଲେ।

Advertisment

କିନ୍ତୁ ଉଭୟଙ୍କ ମଧ୍ୟରେ ହୋଇଥିବା ରୋମାଣ୍ଟିକ କଲ ରେକର୍ଡିଂକୁ ଶୁଣାଇ ଇକବାଲ ବ୍ଲାକମେଲ ଆରମ୍ଭ କରିଥିଲେ। ମହିଳାଙ୍କ ସୁନାର ସଂସାରକୁ ଧ୍ୱଂସ କରିଦେବେ ବୋଲି ଧମକ ଦେଇଥିଲେ। ଏଥିରେ ଡରି ଯାଇ ମହିଳା ଜଣଙ୍କ ଇକବାଲଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲେ। ବେଶ କିଛି ଦିନ ଧରି ଇକବାଲ ବ୍ଲାକମେଲ କରି ମହିଳାଙ୍କୁ ନିଜ ଘରକୁ ଡାକୁଥିଲେ ଓ ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ। ତେବେ ଇକବାଲ ବାରମ୍ବାର ଏପରି କରୁଥିବାରୁ ମହିଳା ଜଣଙ୍କ ଏହାକୁ ସହ୍ୟ ନ କରିପାରୁ ନଥିଲେ। 

ପୁଲିସ୍‌କୁ କ’ଣ କହିଛନ୍ତି ମହିଳା?

ମହିଳା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ “ମୋର ଛୋଟ ଛୋଟ ପିଲା ରହିଛନ୍ତି। ତେଣୁ ମୁଁ ବାଧ୍ୟ ହୋଇ ଏପରି କରିଛି। ସେ ମୋତେ ବ୍ଲାକମେଲ କରି ଏକାଧିକ ଥର ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ମୁଁ ଏସବୁରେ ପୂରା ଅତିଷ୍ଠ ହୋଇଯାଇଥିଲି। ବୁଧବାର ଇକବାଲ ତା’ ସ୍ତ୍ରୀକୁ ବାପା-ମା’ଙ୍କ ପାଖରେ ଛାଡ଼ିବାକୁ ଯାଇଥିଲା। ସେଠାରୁ ଫେରିବା ସମୟରେ ମୁଁ ତା’ ସହ କଥା ହୋଇଥିଲି।

ମୁଁ ତାଙ୍କୁ ଦେଖା ହେବାକୁ ଚାହୁଁଥିବା କହିଥିଲି। ଇକବାଲ ତୁରନ୍ତ ଏଥିରେ ରାଜି ହୋଇଯାଇଥିଲା। ଏଥିସହ ସ୍ୱାମୀଙ୍କୁ ଅଚେତ କରିବା ପାଇଁ ସେ ଦୁଇଟି ନିଦ ବଟିକା ଦେଇଥିଲା। ସନ୍ଧ୍ୟା ପ୍ରାୟ ୮ଟା ବେଳେ ମୁଁ ମୋ ସ୍ୱାମୀଙ୍କୁ ଚା’ ଦେଇଥିଲି। ଏହି ସମୟରେ ସେଥିରେ ନିଦ ବଟିକା ମିଶାଇ ଦେଇଥିଲି। ସେ ଚା’ ପିଇ ଶୋଇ ପଡ଼ିଥିଲେ। ରାତି ପ୍ରାୟ ୧୧.୪୦ରେ ମୁଁ ଇକବାଲ ସହ ଫୋନରେ କଥା ହୋଇଥିଲି। ସେ ମୋତେ ଘରକୁ ଡାକିବା ସହ ସେଠାରେ ଏକା ଥିବା କହିଥିଲା।

ଇକବାଲର ଘରକୁ ଯିବା ବାଟରେ ମୁଁ ଭାବି ସାରିଥିଲି ଯେ ଆଜି ମୁଁ ମରିଯିବି ନହେଲେ ତା’କୁ ମାରିଦେବି। ତା’ ଘରେ ପହଞ୍ଚିବା ପରେ ଆମେ କଥା ହୋଇଥିଲୁ। ଏହି ସମୟରେ ସେ ମୋ ସହ ଇଣ୍ଟିମେଟ ହେବାକୁ ଚେଷ୍ଟା କରିଥିଲା। ଏହାର ଫାଇଦା ଉଠାଇ ମୁଁ ତା’ର ଦୁଇଟି ଯାକ ହାତକୁ ଗୋଡ଼ରେ ଚାପି ଧରି ଛାତି ଉପରେ ବସି ପଡ଼ିଥିଲି। ମୋର ଗୋଟିଏ ହାତକୁ ତା’ ପାଟି ଉପରେ ରଖି ଆଉ ଗୋଟିଏ ହାତରେ ତଣ୍ଟିକୁ ଚିପି ଧରିଥିଲି। ସେ ଛାଟିପିଟି ହୋଇ ପୂରା ସ୍ଥିର ହୋଇଯାଇଥିଲା।

କିଛି ମିନିଟ ପରେ ମୁଁ ଜାଣିବାକୁ ପାଇଥିଲି ଯେ ସେ ମରି ସାରିଛି। ଏହାପରେ ମୃତଦେହକୁ ପାହାଚ ଯାଏ ଘୋଷାଡ଼ି ଆଣିଥିଲି ଓ ମୋ ଘରକୁ ଫେରି ଆସିଥିଲି। ଇକବାଲ ଉପରେ ମୁଁ ଏତେ ବିରକ୍ତ ହୋଇଯାଥିଲି ଯେ ମୋ ପାଖରେ ତା’କୁ ହତ୍ୟା କରିବା ଛଡ଼ା ଆଉ କିଛି ଉପାୟ ନଥିଲା। ମୁଁ ମୋର ପରିବାରକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲି।”

Uttar Pradesh Crime Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe