Advertisment

ଲକ୍ଷାଧିକ ଟଙ୍କା ଠକେଇ ନେଇ ଥାନାରେ ପହଞ୍ଚିଲେ ଯୁବତୀ

ଅନ୍ୟପଟେ ସତ୍ୟର ମାଟ୍ରିମୋନିଆଲ ସାଇଟରୁ ମିଳିଛି ସାଙ୍ଘାତିକ ସୁରାକ। ଭିନ୍ନ ଭିନ୍ନ ଫଟୋ ଦେଇ ଶତାଧିକ ପ୍ରୋଫାଇଲ ବନାଇଥିଲା ସତ୍ୟଜିତ। ବିଦେଶୀ ଯୁବତୀଙ୍କୁ ମଧ୍ୟ ବିବାହ ପାଇଁ ରିକ୍ୟୁଏଷ୍ଟ ପଠାଉଥିବା ପୁଲିସ ଜାଣିବାକୁ ପାଇଛି।

Capital Thana

Capital Thana

Advertisment

ଲମ୍ବିଲା ରସିକ ନାଗର ସତ୍ୟଜିତର ପ୍ରେମିକା ତାଲିକା। ୧୦୧ରେ ପହଞ୍ଚିଲା ସତ୍ୟଜିତ ସାମଲଙ୍କ ଗାର୍ଲଫ୍ରେଣ୍ଡ ଲିଷ୍ଟ। ଲକ୍ଷାଧିକ ଟଙ୍କା ଠକେଇ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ସେପଟେ ଠକେଇ ଟଙ୍କାରେ ଜମି, ସୁନା ଓ ଗାଡି କିଣିଥିବା ଜେରା ବେଳେ ଜାଣିବାକୁ ପାଇଛି ପୋଲିସ। ପୁରୀ ଓ ଯାଜପୁରରେ ଥିବା ଜମି ସମ୍ପର୍କରେ ତହସିଲଦାରଙ୍କ ସହ କଥା ହୋଇଛି ପୁଲିସ।

Advertisment

ଅନ୍ୟପଟେ ସତ୍ୟର ମାଟ୍ରିମୋନିଆଲ ସାଇଟରୁ ମିଳିଛି ସାଙ୍ଘାତିକ ସୁରାକ। ଭିନ୍ନ ଭିନ୍ନ ଫଟୋ ଦେଇ ଶତାଧିକ ପ୍ରୋଫାଇଲ ବନାଇଥିଲା ସତ୍ୟଜିତ। ବିଦେଶୀ ଯୁବତୀଙ୍କୁ ମଧ୍ୟ ବିବାହ ପାଇଁ ରିକ୍ୟୁଏଷ୍ଟ ପଠାଉଥିବା ପୁଲିସ ଜାଣିବାକୁ ପାଇଛି। ଏବେ ସୁଦ୍ଧା ରଙ୍ଗିଲା ସତ୍ୟ ପାଖରୁ ୩ଟି ଦାମୀ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି। ହାର୍ଡ ଡ୍ରାଇଭ ଓ ଲାପ୍‌ଟପରୁ ବହୁ ଆପତ୍ତିଜନକ ଭିଡିଓ ମିଳିଥିବା ପୁଲିସ କହଛି।

Crime Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe