Advertisment

ଏସ୍‌ପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା କନଷ୍ଟେବଳ, କମିଟି ଗଠିତ

ଅଭିଯୋଗ ଉଠିବା ପରେ ସମ୍ପୃକ୍ତ ଏସ୍‌ପିଙ୍କର ତତ୍‌କାଳ ବଦଳି କରାଯାଇଥିବା ବେଳେ ଏହାର ତଦନ୍ତ ପାଇଁ ଏକ କମିଟି ଗଠିତ ହୋଇଛି।

MisBehave

MisBehave

Advertisment

ଯିଏ ମହିଳାଙ୍କ ରକ୍ଷା କବଚ ସାଜିବା କଥା, ତା’ ଦୌରାତ୍ମ୍ୟ ଅତିଷ୍ଠ କଲା। ଯିଏ ସେମାନଙ୍କ ସୁରକ୍ଷା ପାଇଁ ଢାଲ ଭାବେ କାମ କରିବା କଥା, ସିଏ ନିଜେ ହିଁ ପାଲଟିଗଲା ଅଭିଯୁକ୍ତ। ଏପରି ଏକ ସାଂଘାତିକ ଅଭିଯୋଗ ଜଣେ ମହିଳା କନଷ୍ଟେବଳ ଜଣେ ପୂର୍ବତନ ଏସ୍‌ପିଙ୍କ ଉପରେ ଲଗାଇଛନ୍ତି। ଏହି ଅଭିଯୋଗ ଉଠିବା ପରେ ସମ୍ପୃକ୍ତ ଏସ୍‌ପିଙ୍କର ତତ୍‌କାଳ ବଦଳି କରାଯାଇଥିବା ବେଳେ ଏହାର ତଦନ୍ତ ପାଇଁ ଏକ କମିଟି ଗଠିତ ହୋଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଅରୁଣାଚଳ ପ୍ରଦେଶରେ ଘଟିଛି।

Advertisment

ମହିଳା କନଷ୍ଟେବଳଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଏସ୍‌ପି ନିଜ ବ୍ୟକ୍ତିଗତ ନମ୍ବରରୁ ଗତ ମେ’ ମାସରେ ତାଙ୍କୁ ମେସେଜ କରିଥିଲେ। ମାତ୍ର ଭୁଲ୍‌ରେ ମେସେଜ ଆସିଥିବ ଭାବି କନଷ୍ଟେବଳଜଣକ ଏହାର ଉତ୍ତର ଦେଇ ନ ଥିଲେ।

ଏହାପରେ ଜୁନ ୨୩ ବିଳମ୍ବିତ ରାତିରେ ତାଙ୍କ ପାଖକୁ ମେସେଜ ପରେ ମେସେଜ ସାଙ୍ଗକୁ ଭଏସ୍‌ କଲ୍‌ ବି ଆସିବାକୁ ଲାଗିଲା। ଏପରିକି ତାଙ୍କ ଘରକୁ ଯିବାକୁ ଏସ୍‌ପିଜଣକ ମହିଳା କନଷ୍ଟେବଳଙ୍କୁ ମେସେଜ କରିଥିଲେ ।  ମାତ୍ର ପୀଡ଼ିତା ଏହାର କୌଣସି ଉତ୍ତର ଦେଇ ନ ଥିଲେ।

Advertisment

ମାତ୍ର ଏହି ଘଟଣାକୁ ନେଇ ସେ ମାନସିକ ସ୍ତରରେ ଭୟଭୀତ ହୋଇ ଯାଇଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠିତ ହୋଇଥିବା ବେଳେ ସମ୍ପୃକ୍ତ ଏସ୍‌ପିଙ୍କୁ ନୂଆଦିଲ୍ଲୀକୁ ବଦଳି କରି ଦିଆଯାଇଛି ।

ପୀଡ଼ିତାଜଣକ ନିଜ ଅଭିଯୋଗକୁ ପ୍ରମାଣ କରିବାକୁ ଯାଇ ନିଜ ଫୋନ୍‌ର ସମସ୍ତ ସ୍କ୍ରିନ୍‌ସଟ୍‌, ସମ୍ପୃକ୍ତ ଏସ୍‌ପିଙ୍କ ଭଏସ୍‌ କଲ୍‌ କମିଟି ନିକଟରେ ଦାଖଲ କରିଛନ୍ତି। ତେବେ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର।

Police Sexual Harassment Arunachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe