Advertisment

ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ପାରିବାରିକ କଳହରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

author-image
Madhupriya Mistry
Constable Death

Constable Death

ପୁଲିସ କଲୋନୀରେ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବୌଦ୍ଧ ସହରର ବୁଟୁପାଲିରେ ଥିବା ପୋଲିସ କଲୋନୀରେ କନେଷ୍ଟବଳ ଚାନ୍ଦ ମେହରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପୁଲିସ ତାଙ୍କ ସ୍ୱାମୀ ସାନନ୍ଦ ମେହେରଙ୍କୁ ଅଟକ ରଖି ପଚରା ଉଚରା ଜାରିରଖିଛି।

Advertisment

ସୂଚନା ଅନୁସାରେ ବୌଦ୍ଧ ଥାନାରେ କନେଷ୍ଟବଳ ଭାବେ କାମ କରୁଥିଲେ ଚାନ୍ଦ ମେହେର। ତାଙ୍କର ଆଠ ଓ ପାଞ୍ଚ ବର୍ଷର ଦୁଇ ପୁଅ ଅଛନ୍ତି। ଦୀର୍ଘ ଦିନ ହେବ ସ୍ୱାମୀ ସାନନ୍ଦ ମେହେରଙ୍କ ସହ ତାଙ୍କର ପାରିବାରିକ କଳହ ଲାଗିରହିଥିଲା। ଏହାକୁ ନେଇ ସେ ଚିନ୍ତାରେ ଥିଲେ।

ତେବେ ଗତକାଲି ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ତାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ପାରିବାରିକ କଳହରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। 

Advertisment
Crime Deadbody Constable