Advertisment

ଚାକିରି ପାଇବା ପରେ ସମୟ ଦେଇପାରିଲେନି ପତ୍ନୀ, ମାରିଦେଲା ସ୍ୱାମୀ

ବିହାରର ପାଟନାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ଶୋଭା କୁମାରି ନାମକ ଜଣେ ମହିଳା ନୂଆ କରି ପୁଲିସ ବିଭାଗରେ ନିଯୁକ୍ତି ପାଇଥିଲେ।

author-image
Debibandita Barick
Victim Woman File Photo

Victim Woman File Photo

ସାଧାରଣତଃ ବୃତ୍ତିଗତ ମହିଳାମାନେ ବ୍ୟସ୍ତ ରହନ୍ତି। କାର୍ଯ୍ୟ ଭାର କାରଣରୁ ଘରକୁ ବିଶେଷ ସମୟ ଦେଇପାରନ୍ତି ନାହିଁ। ଆଉ ଏହି କାର୍ଯ୍ୟ ବ୍ୟସ୍ତତା ଜଣେ ମହିଳାଙ୍କ ପାଇଁ କାଳ ସାଜିଛି! ପରିବାରକୁ ଟାଇମ୍ ଦେଇନପାରିବାରୁ ଜଣେ କନଷ୍ଟେବଳଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।

Advertisment

ବିହାରର ପାଟନାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ଶୋଭା କୁମାରି ନାମକ ଜଣେ ମହିଳା ନୂଆ କରି ପୁଲିସ ବିଭାଗରେ ନିଯୁକ୍ତି ପାଇଥିଲେ।

ପୁଲିସ ସୂଚନା ଅନୁସାରେ, ବିହାର ପାଟନା ସ୍ଥିତ ଏକ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରିଛି, ସେନେଇ ସନ୍ଦେହରେ ପଡିଥିଲା ପୁଲିସ। ହୋଟେଲ୍ କାଗଜପତ୍ର ଯାଞ୍ଚ କରିବା ପରେ ତାଙ୍କ ସ୍ୱାମୀ ଏହି ହୋଟେଲ୍ ବୁକ୍ କରିଥିବା ଜଣାପଡିଥିଲା।

Advertisment

ଏପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱାମୀ ଧରାପଡି ନଥିଲେ ମଧ୍ୟ ପତ୍ନୀଙ୍କ 'କାର୍ଯ୍ୟ ବ୍ୟସ୍ତତା' ହତ୍ୟାର କରାଣ ବୋଲି ପୁଲିସ କହିଛି। କୋଟୱାଲି ଏସଏଚଓ ସଞ୍ଜୀତ କୁମାର କହିଛନ୍ତି ଯେ, ଶୋଭା କିଛିଦିନ ତଳେ ପୁଲିସ ବିଭାଗରେ ନିଯୁକ୍ତି ପାଇଥିଲେ। ଏହି କାରଣରୁ ସ୍ୱାମୀ ଏବଂ ପରିବାରକୁ ସମୟ ଦେଇପାରୁନଥିଲେ। ଏହାକୁ ନେଇ ସବୁବେଳେ ବିରକ୍ତ ହେବା ସହ ଚିନ୍ତାରେ ରହୁଥିଲେ ସ୍ୱାମୀ।

ଛଅ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଶୋଭା। ତାଙ୍କର ଏକ ଝିଅ ମଧ୍ୟ ରହିଛି। ମୃତ ମହିଳାଙ୍କ ସ୍ୱାମୀ କାହିଁକି ହୋଟେଲ୍ ବୁକ୍ କରିଥିଲେ ସେ ଉପରେ ତଦନ୍ତ ଜାରି ରଖିଛି ପୁଲିସ। 

Husband Killed Wife Patna Murder Case Woman Cop Killed Crime News Crime