Advertisment

ବର୍ଷ ବର୍ଷ ଧରି ଭାଉଜଙ୍କୁ ଦୁଷ୍କର୍ମ କରୁଥିଲା ଦିଅର; ୩ ଝିଆରୀଙ୍କୁ ମଧ୍ୟ ଛାଡ଼ିନଥିଲା!

ଘର ଭିତରେ ମଧ୍ୟ ତାଙ୍କୁ ଭୟ ଗୋଡ଼ାଇଲା। ସବୁବେଳେ ନିଜର ଅସୁରକ୍ଷିତ ମଣୁଥିଲେ। ରୀମା ଓ ତାଙ୍କ ୩ ଝିଅଙ୍କ ଉପରେ ନଜର ପକାଇଲା ଦିଅର ମିଥୁନ୍‌। ସେମାନଙ୍କୁ ସହିତ ଶାରୀରିକ ସମ୍ପର୍କ ରଖୁଥିଲା। ଏପରିକି ମାଆ ଓ ଝିଅମାନଙ୍କୁ ନାନା ନିର୍ଯାତନା ଦେଉଥିଲା।

Sundargarh

Sundargarh

Advertisment

କଞ୍ଚା ମାଂସ ଲୋଭି ଦିଅର! ରାକ୍ଷସ ପାଲଟି ଯାଇଥିଲା। ବର୍ଷ ବର୍ଷ ଧରି ବାରମ୍ୱାର ଭାଉଜଙ୍କୁ କରୁଥିଲା ଦୁଷ୍କର୍ମ। ଖାଲି ଭାଉଜ ନୁହେଁ, ୩ ଝିଆରୀଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲା। ଘର ଭିତରେ ଦିଅର ରୂପି ରାକ୍ଷସ କବଳରୁ ମୁକୁଳି ପଳାଇ ଆସିଥିଲେ ମାଆ ଓ ଝିଅ। ହେଲେ ଭାଗ୍ୟର ବିଡ଼ମ୍ୱନା! ରାସ୍ତାରେ ବୁଲୁଥିବା ଭୋକିଲା ବୁଲା କୁକୁରମାନେ ମାଆ ଓ ଝିଅଙ୍କୁ ଝୁଣି ପକାଇଥିଲେ। ତାଙ୍କ ଶରୀରକୁ ରକ୍ତାକ୍ତ କରିଦେଇଥିଲେ। ଦେହରୁ ଲୁଗା ଖୋଲି ଦେଇଥିଲେ। ଯେଉଁଥିପାଇଁ ମାଆ ଓ ଝିଅ ଉଲଗ୍ନ ହୋଇ ରାସ୍ତାରେ ଚାଲିଚାଲି ରାଉରକେଲା ଅଭିମୁଖେ ଯାଉଥିଲେ।

Advertisment

ଝାଡଖଣ୍ଡ ରାଜ୍ୟ ଖୈରିବାହାଲ ଅଞ୍ଚଳର ବୋହୂ ରୀମା(ଛଦ୍ମନାମ)। କେତେ ସ୍ୱପ୍ନ ନେଇ ସ୍ୱାମୀଙ୍କ ହାତ ଧରି ଶାଶୂ ଘରକୁ ଆସିଥିଲେ। ଶାଶୂ ଘର ଏରୁଣ୍ଡି ଡେଇଁଲା ପରେ ରୀମାଙ୍କ ଭାଗ୍ୟ ଆକାଶରେ ଘୋଟି ଆସିଥିଲା କଳା ବାଦଲ। ତାଙ୍କ ଉପରେ ପାପ ନଜର ପକାଇଥିଲେ ନିଜ ଦିଆର ମିଥୁନ୍‌। ସ୍ୱାମୀଙ୍କ ଅନୁପସ୍ଥିତିରେ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲା। ହେଲେ ଧରାଛୁଆଁ ଦେଉନଥିଲେ ରୀମା। ସେପଟେ ଏପରି ପାପ କଥା ସ୍ୱାମୀ ବା ଶାଶୂ ଓ ଶ୍ୱଶୁରଙ୍କୁ କହିପାରୁନଥିଲେ। ଲୋକ ଲଜ୍ଜା ଭୟ ଏ ସମ୍ପର୍କରେ କାହା ପାଖରେ ମୁହଁ ଖୋଲି ପାରୁନଥିଲେ।

ଦୁଃଖ କଷ୍ଟରେ ଘର ଭିତରେ ରହୁଥିଲେ ରୀମା। ଏହାରି ଭିତରେ ଗର୍ଭବତୀ ହେଲେ ରୀମା। ଜଣେ ପରେ ଜଣେ ୩ ଝିଆର ମାଆ ହେଲେ। ଘର ଭିତରେ ଦିଅର ରୂପୀ ମାଂଶ ଲୋଭି ରାକ୍ଷସ ଥିବା ସତ୍ତ୍ୱେ ଜୀବନରେ ବିତାଉଥିଲେ ରୀମା। ପିଲା ଓ ସ୍ୱାମୀଙ୍କ କଥା ବୁଝୁଥିଲେ ଏବଂ ଘର କାମ କରୁଥିଲେ। ହେଲେ ତାଙ୍କ ଉପରେ ପାପ ନଜର ରଖୁଥିଲେ ଦିଅର। ଆଉ ସମୟ ସୁବିଧା ଦେଖି ରୀମାଙ୍କୁ ବାରମ୍ୱାର ଦୁଷ୍କର୍ମ କରୁଥିଲା। ଟଣାଓଟଣା କରୁଥିଲା। ଏପରିକି ତାଙ୍କୁ ଅପବାଦ ଦେଇ ମାଡ଼ ମାରୁଥିଲା ମିଥୁନ୍‌।

Advertisment

ଧୀରେ ଧୀରେ ଝିଅମାନେ ବଢ଼ିଲେ। ସେପଟେ ଯାହାର ହାତ ଧରି ଘର ସଂସାର କରିଥିଲେ, ସେ କୁଆଡେ ଚାଲିଗଲେ। ସ୍ୱାମୀ କେଉଁ ଆଡ଼େ ଚାଲିଯିବାରୁ ଏକାକୀ ହୋଇଗଲେ ରୀମା। ଘର ଭିତରେ ମଧ୍ୟ ତାଙ୍କୁ ଭୟ ଗୋଡ଼ାଇଲା। ସବୁବେଳେ ନିଜର ଅସୁରକ୍ଷିତ ମଣୁଥିଲେ। ରୀମା ଓ ତାଙ୍କ ୩ ଝିଅଙ୍କ ଉପରେ ନଜର ପକାଇଲା ଦିଅର ମିଥୁନ୍‌। ସେମାନଙ୍କୁ ସହିତ ଶାରୀରିକ ସମ୍ପର୍କ ରଖୁଥିଲା। ଏପରିକି ମାଆ ଓ ଝିଅମାନଙ୍କୁ ନାନା ନିର୍ଯାତନା ଦେଉଥିଲା। ଘର ଭିତରେ ଏପରି ଅବସ୍ଥା ଦେଖି ରୀମା ନିଜର ୨୪ ବର୍ଷୀୟ ସାନ ଝିଅକୁ ମୁମ୍ୱାଇ ପଠାଇ ଦେଇଥିଲେ। ସେ ସେଠାରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ତେବେ ସେଠାରେ କ’ଣ ହେଲା ସେ(ସାନଝିଅ) ଘରକୁ ଫେରିଲା ବେଳେକୁ ମୁକ ହୋଇଯାଇଥିଲେ। କଥା କହିପାରୁନଥିଲେ।

ସାନ ଝିଅର ଏପରି ଅବସ୍ଥା ଦେଖି ବିଚଳିତ ହୋଇ ପଡ଼ିଥିଲେ ରୀମା। କ’ଣ କରିବେ? ନିଜ ବରବାଦ ହୋଇଛନ୍ତି, ଦିଆର ପାପ ନଜରରୁ କେମିତି ଝିଅମାନଙ୍କୁ ବଞ୍ଚାଇବେ? ସେହି ଚିନ୍ତା ତାଙ୍କୁ ଘାରିଥିଲା। ଜୀବନର ପ୍ରତି ପାହାଚରେ ଦୁଃଖ, ଯନ୍ତ୍ରଣା ପାଇଥିବା ରୀମା କିଛି ନିଷ୍ପତ୍ତି ନେଇପାରୁନଥିଲେ। ଶେଷରେ ଘର ଛାଡ଼ିବା ପାଇଁ ନେଲେ ଚରମ ନିଷ୍ପତ୍ତି। ଆଉ କାହାକୁ କିଛି ନକରି ସାନ ଝିଅକୁ ଧରି ଘର ଛାଡ଼ିଥିଲେ। ହେଲେ ରାସ୍ତାରେ ଚାଲିଲା ବେଳେ ତାଙ୍କୁ ଛାଡ଼ିନଥିଲେ କଞ୍ଚା ମାଂଶ ଲୋଭି ରାକ୍ଷସ୍‌। ରାସ୍ତାରେ ମାଆ ଓ ଝିଅଙ୍କୁ ଝୁଣି ପକାଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ମାଆ ଓ ଝିଅ ବବସ୍ତ୍ର ଏବଂ ରକ୍ତାକ୍ତ ହୋଇଯାଇଥିଲେ। ସେମାନଙ୍କ ଶାରୀରରେ କିଛି ନଥିଲା। କେବଳ ନିଶ୍ୱାସ ଚାଲୁଥିଲା। ଏ ସଭ୍ୟ ସମାଜ ସେମାନଙ୍କ ରୂପ ଦେଖି ପାରିବ ନାହିଁ।

ଶୁକ୍ରବାର ରୀମା ଓ ତାଙ୍କ ଝିଅ ଉଲ୍ଲଗ୍ନ ହୋଇ ଓଡ଼ିଶାରେ ପ୍ରବେଶ କରିଥିଲେ। ଦିନ ଦି’ପହରରେ ସେମାନେ ଚାଲି ଚାଲି ରାସ୍ତାରେ ଯାଉଥିଲେ। ସେତେବେଳେ ଗହଳୀ ଚହଳୀରେ ଫାଟି ପଡ଼ୁଥିଲା ଇସ୍ପାତ ନଗରୀକୁ ଲମ୍ୱିଥିବା ରାସ୍ତା। ସେହି ରାସ୍ତାରେ ଲଙ୍ଗଳା ଦେହକୁ ଧରି ରକ୍ତାକ୍ତ ହୋଇ ଚାଲୁଥିଲେ ରୀମା ଓ ତାଙ୍କ ଝିଅ। ହେଲେ ତାଙ୍କୁ ଅଟକାଉନଥିଲେ କି ଲୁଗା ଖଣ୍ଡିଏ ଦେଉନଥିଲେ। ମଧ୍ୟାହ୍ନରେ ମାଆ ଓ ଝିଅଙ୍କୁ ଉଦ୍ଧାର କରିଥିଲେ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ଏବଂ ତାଙ୍କ ସମର୍ଥକ। ଉଭୟଙ୍କୁ ଆସ୍ଥା ଗୃହରେ ରଖାଇଥିଲେ।

ସେଠାରେ ମାଆ ଝିଅଙ୍କ ଚିକିତ୍ସା ଚାଲିଲା। ସେତେବେଳେ ସେମାନେ କଥା ହୋଇପାରୁନଥିଲେ। ଚିକିତ୍ସା ହେବାର ଦୁଇ ଦିନ ପରେ ଖଣ୍ଡି ଖଣ୍ଡି କଥା ହେଉଛନ୍ତି ରୀମା। ଆଉ ବଖାଣିଛନ୍ତି ନିଜ ଜୀବନରେ ଘଟିଥିଲା ଘଟଣା। ତାଙ୍କ ଦିଅର ମିଥୁନ୍‌ ତାଙ୍କୁ କେମିତି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା, ସେ ସମ୍ପର୍କରେ ଗୋଟି ଗୋଟି କରି ବଖାଣିଛନ୍ତି। ସେପଟେ ତତ୍ପର ହୋଇଛି ସୁନ୍ଦରଗଡ଼ ପୁଲିସ୍‌। ମାମଲାର ତଦନ୍ତ ପାଇଁ ୨ ଜଣ ଏଏସ୍‌ଆଇଙ୍କୁ ନେଇ ଏକ ଟିମ୍‌ ଗଠନ କରିଛି। ଶନିବାର ପୀଡ଼ିତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ତାଙ୍କର ଚିକିତ୍ସା ଚାଲିଛି।

ରିପୋର୍ଟ- ସୁନ୍ଦରଗଡ଼ରୁ ଦେବବ୍ରତ ଜେନା

Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe