/odisha-reporter/media/post_attachments/uploadimage/library/16_9/16_9_0/IMAGE_1722929202.jpg)
Baby and mother
ବର୍ଷକର କଅଁଳ ଶିଶୁ। ଦୁନିଆ କ’ଣ ବୁଝିବା ଆଗରୁ ତା’ ମୁଣ୍ଡରେ ଛିଣ୍ଡି ପଡ଼ିଛି ଆକାଶ। ଦୁନିଆରେ ନିଜର ବୋଲି କେବଳ ମା’କୁ ଚିହ୍ନିଥିବା ବେଳେ ସେହି ମା’ ବି ପର କରି ଆରପାରିକୁ ଚାଲିଯାଇଛି। ହେଲେ ନିଷ୍ପାପ ଶିଶୁଟି କିଛି ବୁଝିପାରୁନି। ଗଛରେ ମା’ର ମୃତଦେହ ଝୁଲୁଥିବା ବେଳେ ରାତିସାରା ତଳେ ବସି ରହିଛି ଶିଶୁଟି। ଏପରି ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କାକୁଡ଼ିଆ ଗାଁରେ। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଶିଶିଟିକୁ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ହେଲେ ଅର୍ଜୁନପଲ୍ଲୀ ଗ୍ରାମର ଭାଗ୍ୟଶ୍ରୀ ନାୟକ।
ଆଜି ସକାଳେ ଚାଷ ଜମିକୁ ଯିବା ସମୟରେ ସ୍ଥାନୀୟ ଲୋକେ ଭାଗ୍ୟଶ୍ରୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିଥିଲେ। ଏଥିସହ ବର୍ଷକର ଶିଶୁଟି ଗଛ ତଳେ ବସିଥିବା ଦେଖିପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଭାଗ୍ୟଶ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଏଥିସହ ଶିଶୁଟିକୁ ଉଦ୍ଧାର କରିଛି। ପରକ୍ରୀୟା ପ୍ରୀତି ଯୋଗୁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ସୂଚନାଅନୁସାରେ, ଭାଗ୍ୟଶ୍ରୀଙ୍କ ସ୍ୱାମୀ ବାହାର ରାଜ୍ୟରେ ରହୁଥିବା ବେଳେ ତାଙ୍କର ଅନ୍ୟ ଜଣେ ପରୁଷ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ୩ ଦିନ ତଳେ ଭାଗ୍ୟଶ୍ରୀ ନିଜର ଛୁଆକୁ ଧରି ଶ୍ୱଶୁର ଘରୁ ନିଜର ପୁରୁଷ ବନ୍ଧୁ ସହ ପଳାଇ ଆସିଥିଲେ। ଆଜି ସକାଳେ ଗଛରୁ ଭାଗ୍ୟଶ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଭାଗ୍ୟଶ୍ରୀଙ୍କୁ ତାଙ୍କର ପୁରୁଷ ବନ୍ଧୁ ହତ୍ୟା କରିଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
