Advertisment

କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ

ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।

author-image
Debadatta Aryashrestha
Woman found hanging on door latch

Woman found hanging on door latch

ଉତ୍ତର ପ୍ରଦେଶରେ ଜଣେ ମହିଳାଙ୍କ ମୃତଦେହ ତାଙ୍କ ଘର ଭିତରେ ଏକ ରହସ୍ୟମୟ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ଆମେଥି ଥାନା ଅନ୍ତର୍ଗତ ଆୱାସ ବିକାଶ କଲୋନୀରେ ଏଭଳି ଘଟଣା ଘଟିଛି। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି। ସେପଟେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

Advertisment

ପୁଲିସ ଦେଇଥିବା ସୂଚନା ଅନୁସାରେ ଆଲୋକ କୁମାର ଅଗ୍ରହାରୀଙ୍କ ପତ୍ନୀ ଦିବ୍ୟା ଅଗ୍ରହାରୀଙ୍କ ମୃତଦେହ ତାଙ୍କ ଘରର ଏକ କବାଟ ଲକରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଲୋକ କହିଛନ୍ତି ଯେ କବାଟର ଗୋଟିଏ ଲକରେ ଝୁଲି ଆତ୍ମହତ୍ୟା କରିବା ଅସମ୍ଭବ। ତେଣୁ ମୋ ସ୍ତ୍ରୀ ମଧ୍ୟ ଏଭଳି ଆତ୍ମହତ୍ୟା କରିନଥିବେ। ତିନି ମାସ ପୂର୍ବରୁ ଆଲୋକ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିଥିଲା। ତାଙ୍କ ପତ୍ନୀ 112 ନମ୍ବରକୁ ଫୋନ କରି ପୁଲିସର ହସ୍ତକ୍ଷେପ ଲୋଡ଼ିଥିଲେ। ରବି ଶୁକ୍ଳା ନାମକ ଜଣେ ପୁଲିସ କନଷ୍ଟେବଲ ଫୋନ ରିସିଭ୍ କରି ଦିବ୍ୟାଙ୍କ ଫୋନ ନମ୍ବର ରଖିଥିଲେ। କନଷ୍ଟେବଲ ଜଣକ ସେବେଠାରୁ ଦିବ୍ୟାଙ୍କ ସମ୍ପର୍କରେ ଥିଲେ ଏବଂ ବେଳେବେଳେ ଘରକୁ ମଧ୍ୟ ଆସୁଥିବା କହିଛନ୍ତି ଆଲୋକ। 

ସେ ଆହୁରି କହିଛନ୍ତି ଯେ, ତିନି ଦିନ ପୂର୍ବରୁ କନଷ୍ଟେବଲ ରବି ଶୁକ୍ଳା ମୋ ପତ୍ନୀଙ୍କର ମୋବାଇଲ ଫୋନ ନେବାକୁ ଆସିଥିଲେ। ଫୋନରେ ମୋ ପତ୍ନୀ ଓ ରବି ଶୁକ୍ଳାଙ୍କର ବିଭିନ୍ନ ବାର୍ତ୍ତାଳାପ ଓ ଅନେକ ଆପତ୍ତିଜନକ ଜିନିଷ ରହିଛି। ସେଥିପାଇଁ ସେ ଏହି ଫୋନ ନେବା ପାଇଁ ଚାହୁଁଥିଲେ। ହେଲେ ସେ ଏହା ପାଇନଥିଲେ। ଆଜି ସକାଳେ ମୁଁ 9ଟା ବେଳେ କାମକୁ ଯାଇଥିଲି। ଯେତେବେଳେ ଅପରାହ୍ନରେ ଫେରିଲି ମୋ ପତ୍ନୀଙ୍କୁ କବାଟ ଲକରେ ଝୁଲୁଥିବା ଦେଖିବାକୁ ପାଇଥିଲି। ତେଣୁ କନଷ୍ଟେବଲ ରବି ଶୁକ୍ଳା ହିଁ ମୋ ପତ୍ନୀଙ୍କୁ ହତ୍ୟା କରିଥିବା ମୁଁ ନିଶ୍ଚିତ। ସେ ଆତ୍ମହତ୍ୟା କରିନାହାନ୍ତି ବୋଲି କହିଛନ୍ତି ଆଲୋକ।

Advertisment

ସର୍କଲ ଅଫିସର ମନୋଜ କୁମାର ମିଶ୍ର କହିଛନ୍ତି ଯେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ଯେ ଏହା ହତ୍ୟା ନା ଆତ୍ମହତ୍ୟା। ଘଟଣାର ତଦନ୍ତ ଜାରି ରହିଛି। ଯିଏ ବି ଦୋଷୀ, ତା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଆଲୋକ ଅଗ୍ରହାରୀଙ୍କ ଅଭିଯୋଗ ନେଇ ପ୍ରଶ୍ନରେ ସେ କହିଛନ୍ତି ଯେ ତଦନ୍ତ ନସରିବା ପର୍ଯ୍ୟନ୍ତ କାହାକୁ ଦୋଷୀ ବୋଲି କୁହାଯାଇପାରିବ ନାହିଁ।

Murder Suicide Uttar Pradesh Woman Found Hanging In Door Latch