କାନପୁର ଆଇଆଇଟିରେ ଗବେଷଣାରତ ଓଡ଼ିଆ ଯୁବତୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏ ଆର୍ ଟାୱାର ହଷ୍ଟେଲର ଦ୍ୱିତୀୟ ମହଲାର ଏକ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ କଟକର ପଲ୍ଲଭୀ ଚିଲକା। ସେ IIT କାନପୁରରେ ପ୍ରୋଜେକ୍ଟ ଏକଜିକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟରତ ଥିଲେ।
୩ ଦିନ ପୂର୍ବେ ପଲ୍ଲଭୀ ହଷ୍ଟେଲକୁ ଆସି ରହିଥିଲେ। ଅପରାହ୍ନରେ ସଫେଇ କର୍ମଚାରୀ ତାଙ୍କ ରୁମ୍ ସଫା କରିବାକୁ ଯାଇଥିଲେ। ଭିତରୁ କବାଟ ବନ୍ଦ ଥିବା ସେ ଦେଖିଥିଲେ। ବାହାରୁ ଡାକିଲେ ମଧ୍ୟ ଭିତରୁ କିଛି ଶୁଣିବାକୁ ମିଳିନଥିଲା।
Also Read
ତେବେ କବାଟ ଭିତରକୁ ସେ ଚାହିବାରୁ ପଲ୍ଲଭୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିଥିଲେ। ଖବର ପାଇ କଲ୍ୟାଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ପୁଲିସ ସନ୍ଦେହ କରୁଛି। ଆଇଆଇଟି କାନପୁର ପକ୍ଷରୁ ଏକ ବିବୃତ୍ତିରେ ଏହି ଆତ୍ମହତ୍ୟା ଘଟଣା ନେଇ ଉଦ୍ବେଗ ପ୍ରକାଶ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
Crime
ହଂସିତା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିତା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।