Advertisment

କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ; ସ୍ୱାମୀ ଅଟକ

ପୁଲିସ ଦୁଖବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Tension situation

Tension situation

କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ବାସନ୍ତି ରାଉତ(୪୦)। 

Advertisment

ଆଜି ସକାଳେ ମହିଳାମାନେ କୂଅକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ କୂଅରେ ବାସନ୍ତିଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଘଟଣାସଂପର୍କରେ ମହିଳାମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ବାସନ୍ତିଙ୍କ ପରିବାର ବର୍ଗଙ୍କୁ ଜଣାଇବା ସହ ଅଗ୍ନିଶମ ବାହିନୀ ଓ ପୁଲିସକୁ  ଖବର ଦେଇଥିଲେ। ତେବେ ବାସନ୍ତି କିପରି କୂଅରେ ପଡ଼ିଲେ, ତାଙ୍କୁ ହତ୍ୟା କରାଯାଇ କୂଅର କିଏ ଫିଙ୍ଗି ଦେଇଛନ୍ତି ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। 

 ସୂଚନା ଅନୁସାରେ, ଗ୍ରାମର ଦୁଖବନ୍ଧୁ ପ୍ରଧାନଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସେ ବାସନ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୁଲିସ ଦୁଖବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Advertisment
Odisha Police Murder Denkanal