Advertisment

ମୃତ୍ୟୁର ୮ ଦିନ ପରେ ମାଟି ତଳୁ ବାହାରିଲା ମୃତଦେହ

ସୁପ୍ରିୟାଙ୍କ ମୃତଦେହ ସତ୍କାର ୮ ଦିନ ପରେ ଅର୍ଥାତ ଗୁରୁବାର ରାତିରେ ବାପଘର ଲୋକେ ଆଣିଲେ ଗୁରୁତର ଅଭିଯୋଗ। ଝିଅକୁ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଇ ପୋଡ଼ି ମାରିଦେଇଥିବା ଅଭିଯୋଗ କରିଥିଲେ। ସୁପ୍ରିୟାଙ୍କ ବାପା ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Mohana

Crime

Advertisment

ମୃତ୍ୟୁର ୮ ଦିନ ପରେ ମାଟି ତଳୁ ବାହାରିଲା ମୃତଦେହ। ବାପଘର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ୍‌ ଶ୍ମଶାନରେ ମାଟି ଖୋଳି ମୃତଦେହ ବାହାର କରିଛି। ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ।

Advertisment

ଜୁନ୍‌ ୧୧ ତାରିଖରେ ଅଡବା ଥାନା ରାଇଜୁକା ଗାଁର ଅନାମ ବାସ୍ତରାୟଙ୍କ ପତ୍ନୀ ସୁପ୍ରିୟା ବସ୍ତରାୟ ଇଟା ଭାଟିରେ କାମ କରୁଥିବା ବେଳେ ପୋଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ଼ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଧରି ଚିକିତ୍ସା ପରେ ପରିବାର ଲୋକେ ସୁପ୍ରିୟାଙ୍କୁ ଘରକୁ ନେଇ ଆସିଥିଲେ। ଜୁଲାଇ ୨୭ ତାରିଖରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଗାଁ ଶ୍ମଶାନରେ ମୃତଦେହକୁ ପୋତି ଦିଆଯାଇଥିଲା।

ସୁପ୍ରିୟାଙ୍କ ମୃତଦେହ ସତ୍କାର ୮ ଦିନ ପରେ ଅର୍ଥାତ ଗୁରୁବାର ରାତିରେ ବାପଘର ଲୋକେ ଆଣିଲେ ଗୁରୁତର ଅଭିଯୋଗ। ଝିଅକୁ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଇ ପୋଡ଼ି ମାରିଦେଇଥିବା ଅଭିଯୋଗ କରିଥିଲେ। ସୁପ୍ରିୟାଙ୍କ ବାପା ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଆଜି ରାଇଜୁକା ଗାଁକୁ ଯାଇ ଶ୍ମଶାନରେ ମାଟି ଖୋଳି ସୁପ୍ରିୟାଙ୍କ ଗଳିତ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ପଠାଯାଇ ଦେଇଛି। ଏଥିସହ ଅନାମ ବସ୍ତରାୟଙ୍କୁ ପୁଲିସ୍‌ ଅଟକ ରଖି ଘଟଣାର ତଦନ୍ତ ଚାଲିଇଛି।

Advertisment

ରିପୋର୍ଟ- ମୋହନାରୁ ମିହିର ଜତି

Crime Story Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe