ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଗତକାଲି ରାତିରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ହତ୍ୟା କରି ଏଠି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
କିଛି ଯାତ୍ରୀ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
Also Read
ମିଳିଥିବା ସୂଚନା ମୁତାବକ, ମହିଳାଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ବାସିନ୍ଦା। ଗତକାଲି ରାତିରେ ବସରେ ସୋରଡ଼ା ଯିବାକୁ ସେ ଓ ଅନ୍ୟ ଜଣେ ଯୁବକ ଟିକେଟ୍ କାଟିଥିବା ସୂଚନା ମିଳିଛି। ତେବେ କିପରି ତାଙ୍କ ମୃତ୍ୟୁ ହେଲା ତାହାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍। ଏଥିସହ ମହିଳା ଜଣକ କିଏ, ତାଙ୍କ ସହ ଥିବା ଯୁବକ କୁଆଡ଼େ ଗଲେ ତାହାର ବି ତଦନ୍ତ କରୁଛି ପୁଲିସ୍ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଫିସ୍ରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କଲେ ମହିଳା
ଜାତିଗତ ପ୍ରମାଣ ପତ୍ର ପାଇନଥିବାରୁ ସିଆର୍ପିଏଫ୍ ଚାକିରି ଆଶାୟୀଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା। ଏହାଛଡ଼ା ନିଜ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
Crime
ଭିଣୋଇ ଓ ସ୍ୱାମୀଙ୍କ ପରେ ଜେଲ୍ ଗଲେ ସ୍କୁଟି ଦିଦି
ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିଲେ ରୁକ୍ସାନାଙ୍କ ଭିଣୋଇ ଏସ୍.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ ଟିମ୍। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍ ତାଙ୍କଠାରୁ ଜବତ କରିଥିଲା।
Crime
କାଫେ ଭିତରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଅଭିଯୁକ୍ତମାନେ ଘଟଣା ବେଳର ଦୃଶ୍ୟକୁ ରେକର୍ଡ କରିଥିଲେ ଓ ଭିଡିଓ ବଦଳରେ ପୀଡ଼ିତାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।